More Sports

ହୁଇଲ ଚେୟାର ଫେନସିଂରେ ୩ ଓଡ଼ିଆ ପ୍ରତିଯୋଗୀ

(ଓଡ଼ିଶା ସ୍ପୋର୍ଟସ ): ଆଜି ଠାରୁ ନେଦରଲ୍ୟାଣ୍ଡର ଆମଷ୍ଟରଡାମ ସହରରେ ହୁଇଲ୍ ଚେୟାର୍ ଫେନସିଂ ବିଶ୍ୱକପ୍ ଆରମ୍ଭ ହେବ । ଏହି ବିଶ୍ୱକପରେ ଓଡ଼ିଶାର ତିନିଜଣ ଖେଳାଳି ଯଥା ରମେଶ ରାଓ, ରାଖାଲ କୁମାର ସେଠୀ, ଦେବାମୃତ ସାହୁ ଭାଗ ନେବେ।

ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ କରି ଦୁଇ ଅଭିଜ୍ଞ ଖେଳାଳି ରମେଶ ରାଓ ଓ ରାଖାଲ ସେଠୀ ପାରା ଅଲିମ୍ପିକ୍ ଟିକେଟ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରମେଶ ଜାତୀୟ ସ୍ତରରେ ୧୭ ପଦକ ଏବଂ ଅନ୍ତର୍ଜାତୀୟ ସ୍ତରରେ ୧୧ ପଦକ ହାସଲ କରିଛନ୍ତି।

ସେହିପରି ରାଖାଲ୍ ଅନ୍ତର୍ଜାତୀୟ ୧୦ ପଦକ ଓ ଜାତୀୟ ସ୍ତରରେ ୧୫ ପଦକ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ଦେବାମୃତ ସାହୁ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ଭାଗ ନେବେ।

Related posts

ଖୁବ୍ ଶୀଘ୍ର ଭାରତ ଫେରିପାରନ୍ତି ରାଇଡର ସନ୍ତୋଷ

Odisha Sports Bureau

ପ୍ରୋ କବାଡ୍ଡୀ ୨୦୧୯: ଦିଲ୍ଲୀ ଉପରେ ବଙ୍ଗଳାର ସହଜ ବିଜୟ

Odisha Sports Bureau

ମୁଁ ଦ୍ୱିତୀୟ ସଚିନ୍ ତେନ୍ଦୁଲକର ହୋଇଥାନ୍ତି: ଟ୍ରିପଲ୍ ଏଚ୍

Odisha Sports Bureau