More Sports

ଡ଼ିସେମ୍ବର ୧ରୁ କବାଡ଼ି ବିଶ୍ୱକପ ଆରମ୍ଭ

(ଓଡ଼ିଶା ସ୍ପୋର୍ଟସ ) : ଚଳିତ ଡିସେମ୍ବର ୧ରୁ ପ୍ରୋ କବାଡ଼ି ବିଶ୍ୱକପ ଅନୁଷ୍ଠିତ ହେବ । ଏହି ବିଶ୍ୱକପ ଡିସେମ୍ବର ୧ରୁ ୯ ତାରିଖ ପର୍ୟ୍ୟନ୍ତ ଆୟୋଜିତ ହେବ। ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ରାଣା ଗୁରମୀତ୍ ସିଂହ ସୋଢୀ ବୁଧବାର ଏହି ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି, “ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟ ଶିଖ୍ ଗୁରୁ ଗୁରୁନାନକ ଦେବଙ୍କ ଜୀ’ଙ୍କର ୫୫୦ତମ ଜୟନ୍ତୀକୁ ସମର୍ପିତ କରାଯିବ।” ଟୁର୍ଣ୍ଣାମେଣ୍ଟର ଉଦଘାଟନ ଡିସେମ୍ବର ୧ ତାରିଖରେ ସୁଲତାନପୁର ଲୋଧିର ଗୁରୁନାନକ ଷ୍ଟାଡିୟମରେ ହେବ ଏବଂ ଏହି ଦିନ ଚାରୋଟି ମୁକାବିଲା ଖେଳାଯିବ। ଉଦଯାପନୀ ସମାରୋହ ଡେରା ବାବା ନାନକର ସହିଦ୍ ଭଗତ ସିଂହ ସ୍ପୋର୍ଟ୍ସ ଷ୍ଟାଡିୟମରେ ହେବ।

ବିଶ୍ୱକପରେ ମୋଟ ୯ଟି ଦଳ ଯଥା- ଆୟୋଜକ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା, କେନିୟା, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ କ୍ୟାନାଡ଼ା ଭାଗ ନେବାର ଯୋଜନା ରହିଛି। ତେବେ ପାକିସ୍ତାନ ଓ କ୍ୟାନାଡା ଟିମକୁ ଏପର୍ୟ୍ୟନ୍ତ ଭାରତ ସରକାରଙ୍କ ତରଫରୁ ସ୍ୱୀକୃତି ମିଳିନାହିଁ। ସୋଢୀ ଆହୁରି କହିଛନ୍ତି, “ପାକିସ୍ତାନ ଓ କ୍ୟାନାଡା ଟିମ୍ ବ୍ୟତୀତ ବାକି ସବୁ ଟିମକୁ ଏନଓସି ମିଳିସାରିଛି। ତେବେ ଏହି ଦୁଇ ଦେଶକୁ ଏପର୍ୟ୍ୟନ୍ତ ଏନଓସି ମିଳି ନାହିଁ।”

Related posts

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୩ ତମ ବାର୍ଷିକ ଖେଳକୁଦ ଓ ଯୋଗାସନ ସମାରୋହ ଉଦଘାଟିତ

Odisha Sports Bureau

ଦୁତିଙ୍କୁ ଅକାଳ ପଦନ୍ନୋତି ଦେଲେ ଓଡିଶା ସରକର

Odisha Sports Bureau

ରେଡବୁଲର ୧୦୦ତମ ବିଜୟ ସହ କାନାଡ଼ିଆନ ଗ୍ରାଁ ପ୍ରି ଜିତିଲେ ମ୍ୟାକ୍ସ ଭର୍ସ୍ତାପେନ୍