Tennis

ୟୁଏସ ଓପନ-୨୦୧୯ରେ ସୁମିତ ନାଗଲଙ୍କ ପରାଜୟ

(ଓଡିଶାସ୍ପୋର୍ଟସ ): ନ୍ୟୁୟର୍କରେ ଚାଲିଥିବା ୟୁଏସ ଓପନ-୨୦୧୯ରେ ଭାରତୀୟ ଯୁବ ଖେଳାଳୀ ସୁମିତ ନାଗଲ ପ୍ରଥମ ସେଟରେ ବିଜୟ ଲାଭ କରି ସମସ୍ତଙ୍କୁ ଆଚମ୍ବିତ କରିଛନ୍ତି । କାରଣ ବିଶ୍ୱର ପ୍ରସିଦ୍ଧ ଟେନିସ୍ ତାରକା ରୋଗର୍ ଫେଡରରଙ୍କ ଠାରୁ ଅନ୍ୟ ଖେଳାଳୀ ହାରିବା ସମସ୍ତେ ଅନୁମାନ କରିପାରନ୍ତି ଏଥିରେ ସଙ୍କୋଚ ନାହିଁ । କିନ୍ତୁ ଭାରତର ନାଗଲ ଯେଉଁଭଳି ଭାବେ ଫେଡରର୍ଙ୍କୁ ସାମ୍ନା କରିଛନ୍ତି ତାହା ସମସ୍ତଙ୍କୁ ଆଚମ୍ବିତ କରିଛି । ହରିୟାଣାର ଇଜ୍ଜରର ଏହି ୨୨ ବର୍ଷୀୟ ଖେଳାଳୀ ସୁମିତ ନାଗଲ ତାଙ୍କର ୟୁଏସ୍ ଓପନ୍ର ପ୍ରଥମ ସେଟ୍ରେ ଦୁନିଆର ୩ ନମ୍ବର ଖେଳାଳୀ ତଥା ପୁରୁଷଙ୍କ ମଧ୍ୟରେ ସର୍ବାଧିକ ଗ୍ରାଣ୍ଡ ସ୍ଲାମ୍ ଜିତିଥିବା ଫେଡରର୍ଙ୍କୁ ହରାଇଛନ୍ତି । ସୁମିତ ଫେଡରର୍ ପ୍ରଥମ ସେଟ୍ରେ ୬-୪ରେ ହରାଇ ଦେଇଥିଲେ । ଏହା ପରେ ଦ୍ୱିତୀୟ ସେଟ୍ରେ ଫେଡରର୍ ସମିତଙ୍କୁ ୬-୧ରେ ମାତ ଦେଇଥିଲେ । ଏହି ମୁକାବିଲାକୁ ୪-୬, ୬-୧, ୬-୨, ୬-୪ ସେଟ୍ରେ ଫେଡରର୍ ନିଜ ନାମରେ କରି ନେଇଛନ୍ତି ।
କିନ୍ତୁ ଫେଡରର୍ଙ୍କୁ ସୁମିତଙ୍କ ସହିତ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିଥିଲା । ନାଗଲଙ୍କଙ୍କୁ ତିନୋଟି ସେଟ୍ରେ ବ୍ରେକ୍ ପଏଣ୍ଟ ମିଳିଥିଲା । ପ୍ରଥମେ ସେଟ୍ରେ ତାଙ୍କର ବିଜୟ ଷ୍ଟାଡିୟମରେ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲା ।
ନ୍ୟୁୟର୍କରେ ଚାଲିଥିବା ୟୁଏସ୍ ଓପନ୍-୨୦୧୯ରେ ବିଶ୍ୱର ପ୍ରସିଦ୍ଧ ଟେନିସ୍ ତାରକା ରୋଗର୍ ଫେଡରରଙ୍କୁ ସାମ୍ନା କରିଛନ୍ତି ଭାରତୀୟ ଯୁବ ଖେଳାଳୀ ସୁମିତ ନାଗଲ । ଫେଡରର୍ଙ୍କଠାରୁ ଅନ୍ୟ ଖେଳାଳୀ ହାରିବା ସମସ୍ତେ ଅନୁମାନ କରିପାରନ୍ତି ଏଥିରେ ସଙ୍କୋଚ ନାହିଁ । କିନ୍ତୁ ଭାରତର ନାଗଲ ଯେଉଁଭଳି ଭାବେ ଫେଡରର୍ଙ୍କୁ ସାମ୍ନା କରିଛନ୍ତି ତାହା ସମସ୍ତଙ୍କୁ ଆଚମ୍ବିତ କରିଛି ।

Related posts

ରାଷ୍ଟ୍ରିୟ ସ୍କୁଲ ଗେମ୍ସ୍ ଟିଟି ଚମ୍ପିଆନସପର ୟୁ-୧୭ ବର୍ଗର ଟାଇଟଲ୍ ଜିତିଲେ ପାୟସ

Odisha Sports Bureau

ଜୋକୋଭିକଙ୍କ କୀର୍ତ୍ତିମାନ: ୩୫ଥର ଖେଳିଲେ ଗ୍ରାଣ୍ଡ ସ୍ଲାମ ଫାଇନାଲ

ଅଷ୍ଟ୍ରେଲିଆ ଓପନ୍ ରେ ଫେଡେରର୍ ତୃତୀୟ ରାଉଣ୍ଡରେ ପ୍ରବେଶ

Odisha Sports Bureau