More Sports

ୟୁପି ଯୋଦ୍ଧାର ଲଗାତାର ଚତୁର୍ଥ ବିଜୟ

(ଓଡିଶାସ୍ପୋର୍ଟସ ):  ୟୁପି ଯୋଦ୍ଧା ପେସେବାର ପ୍ରୋ କବାଡି ଲିଗ୍ (ପିକେଏଲ୍)ରେ ସୋମବାର ଦିନ ଏଠାରେ ପୂର୍ବ ଟୁର୍ଣ୍ଣାମେଣ୍ଟର ଉପ ବିଜେତା ଗୁଜୁରାଟର ଫରଚ୍ୟୁନଜାଇଣ୍ଟସଙ୍କୁ ୩୩-୨୬ରେ ହରାଇ ଲଗାତର ଚତୁର୍ଥ ବିଜୟ ହାସଲ କରିଛନ୍ତି । ଏକ ଅନ୍ୟ ମୁକାବିଲାରେ ତିନିଥର ଚମ୍ପିଆନ ହୋଇଥିବା ପାଟନା ପାଇରେଟର୍ସ ପ୍ରଦୀପ ନାରାୱାଲା ଉଚ୍ଚକୋଟିର ପ୍ରଦର୍ଶନ ଦ୍ୱାରା ତମିଲ ଥଲାଇବରଜକୁ ୫୧-୨୫ରେ ପରାସ୍ତ କରି ଲଗାତର ନିଜର ୬ ପରାଜୟ କ୍ରମକୁ ଭାଙ୍ଗିିଛି । ୟୁପି ଯୋଦ୍ଧା ଏବଂ ଗୁଜୁରାଟ ଫରଚ୍ୟୁନଜାଇଣ୍ଟସଙ୍କ ମୁକାବିଲାରେ ୟୁପି ଟିମ୍ ର ନିତିସ କୁମାର (୪ ଟେକର ଅଙ୍କ) ଏବଂ ସୁମିତ( ୫ ଟେକଲ ଅଙ୍କ)ଙ୍କ ଡିଫେନ୍ସ ଯୋଡି ଏବଂ ଶ୍ରୀକାନ୍ତ ଜାଧବ ଏବଂ ସୁରିନ୍ଦର ଗିଲ (ଦୁଇଜଣଙ୍କ ୬ ରେଡ ଅଙ୍କ)ଙ୍କ ରେଡିଙ୍ଗ୍ ଜୋଡି ଗୁଜୁରାଟର ଟିମ୍ କୁ ସମ୍ପୁର୍ଣ୍ଣ ମ୍ୟାଚ୍ରେ ଚାପରେ ରଖିଥିଲା । ଏହି ନିର୍ଣ୍ଣୟରେ ୟୁପି ଯୋଦ୍ଧା ଟିମ୍ ୧୪ଟି ମ୍ୟାଚରେ ୪୨ ଅଙ୍କ ସହିତ ପଞ୍ଚମ ସ୍ଥାନରେ ରହିଛି ।
ଅନ୍ୟ ଏକ ମ୍ୟାଚରେ ତାମିଲ ଥଲାଇବାଜକୁ ପରାଜୟର ସାମ୍ନା କରିବାକୁ ପଡିଛି । ପାଟନା ପାଥରେଟର୍ସର ପ୍ରଦୀପ ନାରବାଲା ଏହି ମ୍ୟାଚ ମଧ୍ୟରେ ୧୦୦୦ ରେଡ ଅଙ୍କକୁ ପାର କରିଥିବା ପ୍ରଥମ ଖେଳାଳୀ ହୋଇଛନ୍ତି । ପାଇରେଟର୍ସର ରହିଥିବା ଟୁର୍ଣାମେଣ୍ଟରେ ୧୨ଟି ମ୍ୟାଚ୍ ମଧ୍ୟରେ ଏହା ଚତୁର୍ଥ ବିଜୟ ଅଟେ । ଏହି ବିଜୟ ପରେ ପାଟନାର ଟିମ୍ ୨୫ ଅଙ୍କ ସହିତ ଶେଷ ସ୍ଥାନରେ ରହିଛି । ଥଲାଇବାଜର ଟିମ୍ ର ତା’ ଠାରୁ ୨ଅଙ୍କ ଅଧିକ ଅଛି ।

Related posts

ପୁରୁଷ ଓ ମହିଳା ପ୍ରଫେଶନାଲ ଟେନିସ ଟୁର୍ନାମେଣ୍ଟ ବାତିଲ

Odisha Sports Bureau

୨୫ ରୁ ୬୮ତମ ସିନିୟର ଜାତୀୟ ଭଲିବଲ୍ ଚାମ୍ପିୟନସିପ୍ ୨୦୧୯ ଅନୁଷ୍ଠିତ

Odisha Sports Bureau

ଆଜିଠୁ ଆରମ୍ଭ ହେଉଛି ଏସୀୟ ରଗବି ସେଭେନ୍ସ

Odisha Sports Bureau

Leave a Comment