Badminton

ୟୁରୋପିୟ ଓପନର ସେମିଫାଇନାଲରେ ପ୍ରବେଶ କଲେ ଏଣ୍ଡି ମରେ

(ଓଡିଶ। ସ୍ପୋର୍ଟ): ବିଶ୍ୱର ୧ନଂ ଟେନିସ ଖେଳାଳୀ ରହିଥିବା ଏଣ୍ଡି ମରେ ବେଲଜିୟମ୍ରେ ଖେଳାଯାଉଥିବା ୟୁରୋପିୟ ଓପନରେ ମେରିୟସ କୋପିଲଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ କ୍ୱାଟରଫାଇନାଲରେ ରୋମାନିଆର ମେରିୟସଙ୍କୁ ଲଗାତାର ତିନୋଟି ସେଟରେ ପରାସ୍ତ କରିଥିଲେ । ସେ ଏହି ମୁକାବିଲାରେ ୬-୩, ୬-୭(୭/୯), ୬-୪ରେ ବିଜୟ ହାସଲ କରିଥିଲେ । ସେମିଫାଇନାଲରେ ମରେଙ୍କ ମୁକାବିଲା ଫ୍ର୍ରନ୍ସର ଉଗୋ ହମବର୍ଟଙ୍କ ସହିତ ହେବ ।
ଏହା ପୂର୍ବରୁ କ୍ୱାଟର ଫାଇନାଲରେ ଭଲ ପ୍ରଦର୍ଶନ କରି ରାଉଣ୍ଡ ଅଫ୍-୧୬ର ମ୍ୟାଚରେ ଅରୁଗ୍ୱେର ପାବ୍ଲୋ କୁଏଭାସଙ୍କୁ ୬-୪, ୬-୩ ସିଧା ସଳଖ ସେଟରେ ପରାସ୍ତ କରିଥିଲେ । ମରେ ଏବଂ କୁୁଏଭାସଙ୍କ ମଧ୍ୟରେ ଏହି ମୁକାବିଲା ପ୍ରାୟ ୮୪ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ବିଶ୍ୱର ୪୫ ନଂରେ ଥିବା କୁଏଭାସ ମରେଙ୍କ ବିପକ୍ଷରେ ଫଳାଫଳକୁୁ ବଦଳାଇବାପାଇଁ ବହୁୁତ ଚେଷ୍ଟା କରିଥିଲେ, କିିନ୍ତୁ ସଫଳତା ମିଳି ନ ଥିଲା । ସେ ସେଟରେ ୭ ବ୍ରେକ୍ ପଏଣ୍ଟ ବଞ୍ଚାଇଥିଲେ । ଅବଶ୍ୟ ପ୍ରଥମ ସେଟରେ ମରେଙ୍କୁୁ ଜିତିବାରୁ ରୋକି ପାରିନଥିଲେ । ଦ୍ୱିତୀୟ ସେଟରେ ମଧ୍ୟ ମରେ ବିଜୟୀ ହୋଇଥିଲେ ଏବଂ ସେ ଅତି ସହଜରେ ସେଟ୍ ଜିତି ମୁକାବିଲାକୁୁ ନିଜ ନାମରେ କରିଥିଲେ ।

Related posts

କାନାଡ଼ା ଓପନ୍‌ ବ୍ୟାଡମିଣ୍ଟନ୍ ଜିତିଲେ ଲକ୍ଷ୍ୟ ସେନ୍‌

Odisha Sports Bureau

ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ହୃଦଘାତ ଯୋଗୁଁ ୨୫ ବର୍ଷୀୟ ଯୁବକଙ୍କ ଚାଲିଗଲା ଜୀବନ

ଥାଇଲାଣ୍ଡ ଓପନରେ ସଫଳତା ପରେ ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ