Badminton

ନିର୍ବାଚନ ଲଢିବେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଦୁଇ ଥର ଅଲିମ୍ପିକ ହାସଲ ଭାରତକୁ ଗୌରବାନ୍ୱିତ କରିଥିବା ପିଭି ସିନ୍ଧୁ ଏବେ ଲଢିବେ ନିର୍ବାଚନ । ଆସନ୍ତା ଡିସେମ୍ବରରେ ସ୍ପେନରେ ହେବାକୁ ଥିବା ବିଶ୍ୱ ଚମ୍ପିଆନସିପ ସମୟରେ ବିଡବ୍ଲୁଏଫ ଆଥଲେଟ ଆୟୋଗ ତରଫରୁ ନିର୍ବାଚନ ଲଢିବେ ସିନ୍ଧୁ । ଆଥଲେଟ ଆୟୋଗ ନିର୍ବାଚନ ଚଳିତ ବର୍ଷ ଡିସେମ୍ବର ୧୭ ରେ (୨୦୨୧-୨୦୨୫) ଟୋଟାଲ ଏନର୍ଜିଜ ବିଡବ୍ଲୁଏଫ ବିଶ୍ୱ ଚାମ୍ପିଅନସିପ ସହ ସ୍ପେନରେ ହେବ।

It's a proud moment: Badminton star PV Sindhu elated after receiving Padma  Bhushan - Sports News
ବର୍ତ୍ତମାନର ଖେଳାଳିଙ୍କ ମଧ୍ୟରୁ କେବଳ ପିଭି ସିନ୍ଧୁ ପୁଣିଥରେ ନିର୍ବାଚନ ପାଇଁ ଛିଡା ହେବେ। ଏହା ପୂର୍ବରୁ ୨୦୧୭ ରେ ମଧ୍ୟ ତାଙ୍କୁ ଚୟନ କରାଯାଇଥିଲା। ଏହି କ୍ରମରେ ସେ ୬ ଜଣ ମହିଳା ପ୍ରତିନିଧିଙ୍କ ମଧ୍ୟରୁ ଜଣେ। ସିନ୍ଧୁଙ୍କ ସହିତ ଇଣ୍ଡୋନେସିଆର ମହିଳା ଯୁଗଳ ଖେଳାଳି ତଥା ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ହାସଲକାରୀ ଗ୍ରେସିଆ ପୋଲି ମଧ୍ୟ ଅଛନ୍ତି । ସିନ୍ଧୁଙ୍କୁ ମେ’ରେ ଆଇଓସିର ‘ବିଲିଭ ଇନ ସ୍ପୋର୍ଟ୍ସ’ ଅଭିଯାନ ପାଇଁ ଆଥଲେଟ ଆୟୋଗରେ ଚୟନ କରାଯାଇଛି ।

Related posts

ସାରଲୋରଲକ୍ସ୍ ଓପନରୁ ବିଦାୟ ନେଲେ ଅଜୟ ଏବଂ ଶୁଭଙ୍କର

Odisha Sports Bureau

କମାଲ କଲେ କିଟ୍ ଛାତ୍ରୀ ପଣ୍ଡା ସିଷ୍ଟର୍ସ

Odisha Sports Bureau

ଆସ୍ଥାନା ଓପନର କ୍ୱାର୍ଟର ଫାଇନାଲରେ ଶରଣ ଏବଂ ଲୁକ

Odisha Sports Bureau