More Sports

୨୦୦ ତମ ମ୍ୟାଚ ଖେଳିଲେ ହକି ଗୋଲକିପର ସବିତା

(ଓଡିଶା ସ୍ପୋର୍ଟସ):  ଭାରତୀୟ ମହିଳା ହକି ଟିମର ଗୋଲକିପର ସବିତା ପୁନିଆ ତାଙ୍କ ଜୀବନର ୨୦୦ ତମ ଅନ୍ତଜାତୀୟ ମ୍ୟାଚ ଖେଳିଛନ୍ତି । ଇଂଲଣ୍ଡର ମାର୍ଲୋରେ ଅନୁଷ୍ଠିତ ହେଉଥିବା ମ୍ୟାଚରେ ଭାରତୀୟ ଟିମ ଗ୍ରେଟ ବିଟେନ ବିପକ୍ଷରେ ଖେଳିଛି । ହରିଆଣାର ଏହି ଗୋଲକିପର ୨୦୧୭ରେ ଭାରତକୁ ମହିଳା ଏସିଆ କପ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହାଥିରେ ସେ ଶ୍ରେଷ୍ଠ ଗୋଲକିପର ମନୋନୀତ ହୋଇଥିଲେ । ୨୯ ବର୍ଷୀୟା ସବିତା ତାଙ୍କ ୧୦ ବର୍ଷର ଖେଳାଳି ଜୀବନରେ ୨୦୧୬ରେ ରିଓ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ୨୦୧୮ରେ ଲଣ୍ଡନରେ ହୋଇଥିବା ମହିଳା ହକି ବିଶ୍ୱକପରେ ମଧ୍ୟ ଭାରତୀୟ ଦଳର ସଦସ୍ୟଥିଲେ । ତାଙ୍କ ସଫଳତା ପାଇଁ ୨୦୧୮ରେ ସେ ଅର୍ଜ୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କର ୨୦୦ ତମ ମ୍ୟାଚ ଖେଳିବା କୁ ନେଇ ହକି ଇଣ୍ଡିଆର ସଭାପତି ଓ ହକି ପ୍ରେମୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Related posts

ରଣଜୀ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବେଙ୍ଗଲ ଓ ସୌରାଷ୍ଟ୍ର ମୁହାଁମୁହିଁ

ସିମୋନ ହାତେଇଲେ ସ୍ୱର୍ଣ୍ଣ ପଦକ

Odisha Sports Bureau

ଭୁବନେଶ୍ୱରରେ ସ୍କେଟିଂ ପ୍ରଶିକ୍ଷଣ ଶିବିର

Odisha Sports Bureau