Cricket

୪ର୍ଥ ଦିନିକିଆ ନ୍ୟୁଜିଲାଣ୍ଡ ଆଗରେ ୯୩ ରନର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଆଜି ହାମିଲଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଥିବା ୪ର୍ଥ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୦.୫ ଓଭର ଖେଳି ୯୨ ରନରେ ଅଲଆଉଟ ହୋଇଯାଇଛି।

ନ୍ୟୁଜିଲାଣ୍ଡ ଟସରେ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଭାରତୀୟ ଦଳ ବ୍ୟାଟିଂ ଆରମ୍ଭରୁ ହିଁ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ସ୍କୋର ୨୧ ରନ ହୋଇଥିବାବେଳେ ଶିଖର ଧାଓ୍ବନଙ୍କ ୱିକେଟ ହରାଇଥିଲା। ଫର୍ମରେ ଥିବା ରୋହିତ ଶର୍ମା ମଧ୍ୟ ବେଶୀ ସମୟ ତିଷ୍ଠି ନ ପାରି ୭ ରନରେ ପାଭିଲିୟନରୁ ବିଦାୟ ନେଇଥିଲେ। ମାତ୍ର ୪୦ ରନ ବେଳକୁ ୭ଟି ୱିକେଟ ହରାଇ ଅସୁବିଧାର ସମ୍ମୁଖୀନ ହୋଇଥିଲା ଭ୍ରମଣକାରୀ ଦଳ ଭାରତ। ନ୍ୟୁଜିଲାଣ୍ଡର ବୋଲ୍ଟ ଓ ଗ୍ରାଣ୍ଡସହୋମଙ୍କ ବୋଲିଂ ସାମ୍ନା କରି ନ ପାରି ଗୋଟିଏ ପରେ ଗୋଟିଏ ଭାରତୀୟ ବ୍ୟାଟ୍ସମ୍ୟାନ୍ ପାଭିଲିୟନରୁ ଫେରିଥିଲେ। ଅମ୍ବତି ରାୟିଡୁ ଏବଂ ଦିନେଶ କାର୍ତ୍ତିକ ଖାତା ଖୋଲିପାରି ନ ଥିଲେ। ଭାରତୀୟ ଦଳର ବ୍ୟାଟିଂରେ ସବୁଠାରୁ ବଡ ପାର୍ଟନରସିପ କୁଳଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରେ ହୋଇଥିଲା। ଗ୍ରାଣ୍ଡସହୋମ ୩ଟି ୱିକେଟ ହାସଲ କରିପାରିଥିଲେ। ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଭାରତ ୩-୦ରେ ଜିତିସାରିଛି। ଏହି ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲାବେଳେ ରୋହିତ ଶର୍ମା ଦଳର ନେତୃତ୍ୱ ନେଉଛନ୍ତି।

Related posts

ବୈଭବ ସୂର୍ଯ୍ୟବଂଶୀ ୧୩ ବର୍ଷ ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିବାକୁ ଧମକ ଦେଇଛନ୍ତି, ଏହା କରି ଇତିହାସ ସୃଷ୍ଟି କରିବେ

Odisha Sports Bureau

ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର କରିବାରେ ପ୍ରଥମ ଏସୀୟ ହେଉଛନ୍ତି କୋହଲି

ଇତିହାସ ରଚିଲେ ରବିନ୍ଦ୍ର ଜାଡେଜା; ୱାନଡେ କ୍ରିକେଟରେ ଏଭଳି ସଫଳତା କରିଛନ୍ତି ଯାହା ଅନ୍ୟ କେହି କରିପାରିନାହିଁ

Odisha Sports Bureau