Cricket

୪ର୍ଥ ଦିନିକିଆ ନ୍ୟୁଜିଲାଣ୍ଡ ଆଗରେ ୯୩ ରନର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଆଜି ହାମିଲଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଥିବା ୪ର୍ଥ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୦.୫ ଓଭର ଖେଳି ୯୨ ରନରେ ଅଲଆଉଟ ହୋଇଯାଇଛି।

ନ୍ୟୁଜିଲାଣ୍ଡ ଟସରେ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଭାରତୀୟ ଦଳ ବ୍ୟାଟିଂ ଆରମ୍ଭରୁ ହିଁ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ସ୍କୋର ୨୧ ରନ ହୋଇଥିବାବେଳେ ଶିଖର ଧାଓ୍ବନଙ୍କ ୱିକେଟ ହରାଇଥିଲା। ଫର୍ମରେ ଥିବା ରୋହିତ ଶର୍ମା ମଧ୍ୟ ବେଶୀ ସମୟ ତିଷ୍ଠି ନ ପାରି ୭ ରନରେ ପାଭିଲିୟନରୁ ବିଦାୟ ନେଇଥିଲେ। ମାତ୍ର ୪୦ ରନ ବେଳକୁ ୭ଟି ୱିକେଟ ହରାଇ ଅସୁବିଧାର ସମ୍ମୁଖୀନ ହୋଇଥିଲା ଭ୍ରମଣକାରୀ ଦଳ ଭାରତ। ନ୍ୟୁଜିଲାଣ୍ଡର ବୋଲ୍ଟ ଓ ଗ୍ରାଣ୍ଡସହୋମଙ୍କ ବୋଲିଂ ସାମ୍ନା କରି ନ ପାରି ଗୋଟିଏ ପରେ ଗୋଟିଏ ଭାରତୀୟ ବ୍ୟାଟ୍ସମ୍ୟାନ୍ ପାଭିଲିୟନରୁ ଫେରିଥିଲେ। ଅମ୍ବତି ରାୟିଡୁ ଏବଂ ଦିନେଶ କାର୍ତ୍ତିକ ଖାତା ଖୋଲିପାରି ନ ଥିଲେ। ଭାରତୀୟ ଦଳର ବ୍ୟାଟିଂରେ ସବୁଠାରୁ ବଡ ପାର୍ଟନରସିପ କୁଳଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରେ ହୋଇଥିଲା। ଗ୍ରାଣ୍ଡସହୋମ ୩ଟି ୱିକେଟ ହାସଲ କରିପାରିଥିଲେ। ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଭାରତ ୩-୦ରେ ଜିତିସାରିଛି। ଏହି ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲାବେଳେ ରୋହିତ ଶର୍ମା ଦଳର ନେତୃତ୍ୱ ନେଉଛନ୍ତି।

Related posts

ଦିଲ୍ଲୀ ଟେଷ୍ଟ୍‌; ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତର ବୃହତ ବିଜୟ

Odisha Sports Bureau

ବିସିସିଆଇର କେନ୍ଦ୍ରୀୟ ଚୁକ୍ତିର ସଦସ୍ୟ ତାଲିକା ପ୍ରକାଶ ଗ୍ରେଡ୍-ଏ ପ୍ଲସରେ ଜାଦେଜା ଓ ଅକ୍ଷର ପଟେଲ

Odisha Sports Bureau

ଛୁଟି ମନାଇବା ପାଇଁ ଫ୍ରାନ୍ସରେ ପହଞ୍ଚିଲେ ମାହି