Cricket

୪ ବଲରେ ୪ ଉଇକେଟ , ମାଲିଙ୍ଗା ଇତିହାସର ପ୍ରଥମ ବୋଲର

(ଓଡିଶାସ୍ପୋର୍ଟସ ): ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟି୨୦ ମ୍ୟାଚ୍ରେ କ୍ରମାଗତ ୪ ବଲରେ ୪ ଉଇକେଟ ନେଇଥିବା ଭେଟେରାନ ଶ୍ରୀଲଙ୍କା ପେସର ଲାସିଥ ମାଲିଙ୍ଗାଙ୍କ ର଼୍ୟାଙ୍କିଙ୍ଗ୍ରେ ଉନ୍ନତି ଦେଖିବାକୁ ମିଳିଛି। ସେ ୨୦ତମ ସ୍ଥାନରୁ ଆସି ୨୧ତମ ସ୍ଥାନ ଅଧିକାର କରିଛନ୍ତି। ଉଭୟ ଦିନିକିଆ ଓ ଟି୨୦ ଫର୍ମାଟରେ କ୍ରମାଗତ ୪ ବଲରେ ୪ ଉଇକେଟ ନେବାରେ ମାଲିଙ୍ଗା ଇତିହାସର ପ୍ରଥମ ବୋଲର। ଅନ୍ତିମ ଟି୨୦ ମ୍ୟାଚ୍କୁ ଶ୍ରୀଲଙ୍କା ୩୭ ରନ୍ରେ ଜିତି ନେଇଥିଲା। ଏହି ବିଜୟରେ ମାଲିଙ୍ଗାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରି ଏକ ମେଡେନ ଓଭର ସହ ୬ ରନ୍ ଦେଇ ୫ ଉଇକେଟ ହାତେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ ଉପରେ ୫ ଥର ହ୍ୟାଟ୍ରିକ ନେଇସାରିଛନ୍ତି। ଏହି ମ୍ୟାଚ୍ରେ ମାଲିଙ୍ଗା ପ୍ରଥମ ପୁରୁଷ ବୋଲର ଭାବେ ୧୦୦ ଅନ୍ତର୍ଜାତୀୟ ଟି୨୦ ଉଇକେଟ ନେଇ ରେକର୍ଡ କରିଛନ୍ତି। ଆଫଗାନିସ୍ତାନ ଲେଗ୍ ସ୍ପିନର ରସିଦ ଖାନଙ୍କ ନେତୃତ୍ୱାଧୀନ ବୋଲଙ୍କ ର଼୍ୟାଙ୍କିଙ୍ଗ୍ରେ ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୫ମ ସ୍ଥାନରେ ଥିବା କୁଲଦୀପ ଯାଦବ ଏକମାତ୍ର ବୋଲର ଭାବେ ଟପ୍ ୧୦ ମଧ୍ୟରେ ସ୍ଥାନ ପାଇଛନ୍ତି।

Related posts

ପୁରୁଣା ଅନ୍ଦାଜରେ ‘ଦ ବେଷ୍ଟ ଫିନିସର’

Odisha Sports Bureau

ମୋହଲି ଟି-୨୦ ମ୍ୟାଚରେ କାହିଁକି ଖେଳିବେନି ବିରାଟ କୋହଲି ?

Odisha Sports Bureau

ଭାରତ ଠାରୁ ହାରିଲା ପାକିସ୍ତାନ, ଆଇସିସି ଶୁଣାଇଲେ ନିଷ୍ପତ୍ତି

Odisha Sports Bureau