More Sports

ୱାଟର୍‌ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

(ଓଡ଼ିଶା ସ୍ପୋର୍ଟସ ): ୱାଟର୍‌ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍। ଅଷ୍ଟ୍ରେଲିଆ ମାନୁକା ଓଭାଲ୍‌ଠାରେ ଗୁରୁବାର ପ୍ରାଇମିନିଷ୍ଟର୍ ଏକ୍ସଆଇ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏକ ଅଭ୍ୟାସ ମ୍ୟାଚ୍‌ରେ ମୋରିସନ୍‌ଙ୍କୁ ୱାଟର୍‌ ବୟ ଭୂମିକାରେ ଦେଖିବାକୁ ମିଳିଥିଲା।
ମୋରିସନ୍ ପାଣି ଓ ଅନ୍ୟ ମୃଦୁପାନୀୟ ନେଇ ୱାଟର୍ ବୟ ଭଳି ପଡ଼ିଆ ଭିତରେ ଦୌଡ଼ି ଦୌଡ଼ି ଖେଳାଳିମାନଙ୍କୁ ଦେଇ ଆସୁଥିଲେ। ଯାହାର ଫଟୋ ଏବେ ଶୋସାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି।
ଦେଶର ଏତେବଡ଼ ପଦାଧିକାରୀ ହୋଇ ପ୍ରଧାନମନ୍ତ୍ରୀଙ୍କ ଏଭଳି ନମ୍ରତା ପାଇଁ ତାଙ୍କୁ ଶୋସାଲ୍ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି। ଅନେକ ଟ୍ୱିଟରାଟି(ଟ୍ୱିଟର ବ୍ୟବହାରକାରୀ) ସ୍କଟ୍‌ ମୋରିସନ୍‌ଙ୍କ ଏହି ଫଟୋକୁ ଟ୍ୱିଟ୍‌ କରିବା ସହିତ ଖୁବ୍‌ ପ୍ରଶଂସା କରିଛନ୍ତି।
ପ୍ରକାଶ ଥାଉକି, ସିଂହଳୀଦଳ ସହିତ ଖେଳାଯାଇଥିବା ଏହି ଟି-୨୦ ମ୍ୟାଚ୍‌କୁ ପ୍ରାଇମିନିଷ୍ଟର୍‌ ଏକ୍ସଆଇ ଗୋଟିଏ ୱିକେଟ୍‌ରେ ଜିତିଯାଇଥିଲା।

Related posts

ସ୍ୱପ୍ନରେ ରହିଗଲା ଅନ୍ନୁଙ୍କ ସ୍ୱପ୍ନ

Odisha Sports Bureau

୪୬.୯୨ ସେକେଣ୍ଡରେ ୪୦୦ ମିଟର ବାଧା ଦୌଡରେ ଇତିହାସ ରଚିଲେ ୱାରହୋମ

Odisha Sports Bureau

ପାଞ୍ଚଟି ଅଲିମ୍ପିକ୍ ରିଙ୍ଗର ମୂଳ ଚିତ୍ର ୧.୬୨ କୋଟିରେ ବିକ୍ରି

Odisha Sports Bureau