More Sports

ୱାର୍ଲଡ ପାରା ଏଥଲେଟିକ୍ ଚମ୍ପିଆନସିପରେ ଶରଦଙ୍କୁ ରୌପ୍ୟ

(ଓଡିଶା ସ୍ପୋର୍ଟସ): ଦୁଇ ଦୁଇ ଥର ଏସିଆ ଚମ୍ପିଆସିନ୍ ହୋଇଥିବା ଶରଦ କୁମାର ଦୁବାଇରେ ଖେଳାଯାଉଥିବା ଏସିଆ ପାରା ଆଥଲେଟିକ୍ସ୍ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଛନ୍ତି । ସେ ହାଇ ଜମ୍ପରେ ୧.୮୩ ମିଟର ଡେଇଁ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେପଟେ ରିଓ ପାରାଅଲମ୍ପିକ୍-୨୦୧୬ରେ ଗୋଲ୍ଡ ମେଡଲ ଜିତିଥିବା ମୟପ୍ପାନ ୧.୮୦ ମିଟର ସହିତ କାଂସ୍ୟ ପଦକ ଜିତିଛନ୍ତି । ସ୍ୱର୍ଣ୍ଣପଦକ ସେମ ଗ୍ରିଭେଙ୍କ ନାମରେ ରହିଛି ।

ଭାରତୀୟ ପାରାଅଲମ୍ପିକ୍ ସମିତି ଶରତଙ୍କ ପାଇଁ ଲେଖିଛନ୍ତି ଏଥଲେଟିକ୍ ଏପରି ଏକ ଖେଳ ଅଟେ ଯେଉଁଥିରେ ସବୁକିଛି ଶେଷ ସମୟରେ ହିଁ ହୋଇଥାଏ । ମୁଁ ଆଜି ଯାହା ପ୍ରଦର୍ଶନ କରିଛି ସେଥିରେ ମୁଁ ନିରାଶ ହୋଇଛି । ମୋତେ ମୋ କାର୍ଯ୍ୟକ୍ରମକୁ ଆଉଥରେ ଦେଖିବାକୁ ହେବ । ମୟପ୍ପାନ ମଧ୍ୟ ଏହି କଥାକୁ ସ୍ୱିକାର କରିଛନ୍ତି କି ସେ ମଧ୍ୟ ନିଜର ସର୍ବଶ୍ରେଷ୍ଠ କରିପାରି ନାହାଁନ୍ତି । ଏହି ଖେଳରେ ରାମ ସିଂ ପାଧ୍ୟାଙ୍କୁ ପଞ୍ଚମ ସ୍ଥାନ ମିଳିଛି ସେ ୧.୭୭ ମିଟର ଡେଇଁଥିଲେ । ଏହା ପୂର୍ବରୁ ଲାଲ୍ ବିନୟ କୁମାର ପୁରୁଷ ୪୦୦ ମିଟର ବିଭାଗରେ ଟି-୪୪ ବିଭାଗରେ ବ୍ରୋଞ୍ଜ ମେଡଲ ଜିତିଛନ୍ତି ଏବଂ ଟୋକ୍ୱ ପାଇଁ ସ୍ଥାନ ସୁରକ୍ଷିତ କରିନେଇଛନ୍ତି । ଭାରତକୁ ଏବେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟାମୋଟି ୯ଟି ପଦକ ମିଳିଛି, ଯେଉଁଥିରେ ୨ଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ପାଞ୍ଚଟି କାଂସ୍ୟ ପଦକ ରହିଛି ।

Related posts

ଦିଲ୍ଲୀ ବୁଲ୍ସ ଟିମ୍‌ର ବ୍ରାଣ୍ଡଆମ୍ବାସାଡର ସନି ଲିଓନି

Odisha Sports Bureau

ଦବାଙ୍ଗ ଦିଲ୍ଲୀ ୩୮-୩୫ରେ ପରାସ୍ତ କଲା ପାଟନା ପାଇରେଟର୍ସକୁ

Odisha Sports Bureau

ସ୍କ୍ୱାସ୍ ଚମ୍ପିଆନଶିପରେ ଭାରତୀୟ ଟିମର ପ୍ରତିିନିଧିତ୍ୱ କରିବେ ଘୋଶାଲ ଏବଂ ଜୋସ୍ନା

Odisha Sports Bureau