Cricket

ଗତକାଲି ଆଇପିଏଲ ମ୍ୟାଚରେ ଶୁବମନ୍ ଗିଲ୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା

ଗତକାଲି ଆଇପିଏଲ ମ୍ୟାଚରେ ଶୁବମନ୍ ଗିଲ୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା ।ଚଳିତ ଆଇପିଏଲ ସିଜନ୍ରେ ୩ଟି ଶତକ ମାରିଛନ୍ତି ଗିଲ୍ ।କ୍ୱାଲିଫାୟାର୍ ୨ ରେ ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ତିଆନ୍ସ ବିପକ୍ଷରେ ଦମଦାର ଶତକ ହାସଲ କରିଛନ୍ତି ଗିଲ ।ସେ ମାତ୍ର ୪୯ଟି ବଲ୍ରେ ଶତକ ହାସଲ କରିଛନ୍ତି । ମ୍ୟାଚ୍ରେ ଶୁବମନ୍ ମୋଟ ୧୦ଟି ଛକା ଓ ୭ଟି ଚୌକା ମାରିଛନ୍ତି । ଏଥିସହ ସେ ଅରେଞ୍ଜ କ୍ୟାପ୍ ତାଲିକାରେ ମଧ୍ୟ ଶୀର୍ଷରେ ରହିଛନ୍ତି । ପୂର୍ବରୁ ଫାପ ଡୁପ୍ଲେସିସଙ୍କ ପାଖରେ ଅରେଞ୍ଜ କ୍ୟାପ ରହିଥିଲା । ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଓ ଗୁଜରାଟ ମଧ୍ୟରେ କ୍ୱାଲିପାୟାର ୨ ଖେଳାଯାଇଥିଲା ।

ମ୍ୟାଚରେ ଶୁଭମନ ଗିଲ ଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୨୩୪ ରନର ଟାର୍ଗେଟ ରଖିଥିଲା ଗୁଜୁରାଟ ଟାଇଟାନ୍ସ । ବର୍ଷା କାରଣରୁ ମ୍ୟାଚ୍ ବିଳମ୍ବ ହୋଇଥିଲା । କାଲିର କ୍ୱାଲିପାୟାର ୨ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଓପନରେ ଆସିଥିବା ଗିଲ୍ ଓ ଶାହ୍ ଭଲ ଷ୍ଟାର୍ଟ କରିଥିଲେ । ପାୱର୍ପ୍ଲେର ଶେଷ ଓଭର୍ରେ ଆଉଟ୍ ହୋଇଥିଲେ ଓପନର୍ ରିଦ୍ଧିମାନ ଶାହ । କିନ୍ତୁ ବଡ଼ ସଟ୍ ଖେଳିବାରେ ପଛାଇନଥିଲେ ଗିଲ୍ । ଫିଲ୍ଡରେ ଛକା ଚୌକାର ବର୍ଷା କରିଥିଲେ । ମାତ୍ର ୪୯ ବଲ୍ରେ ଶତକ ମାରିଥିଲେ ଗିଲ୍ । ଏହାପରେ ସେ ୬୦ ବଲ୍ରେ ୧୨୯ ରନ୍ କରି ଆଉଟ୍ ହୋଇଯାଇଥିଲେ ।

Related posts

ଭାରତ ସମ୍ମାନରେ ୧୫୯ ରନର ବିଜୟ ଲକ୍ଷ୍ୟ

Odisha Sports Bureau

ନିର୍ଣ୍ଣାୟକ ମୁକାବିଲା: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

Odisha Sports Bureau

୫୫୬ ରନ ସହ ୪ ୱିକେଟ ନେଲେ ଏହି ଖେଳାଳି

Odisha Sports Bureau

Leave a Comment