Uncategorized

୧୪ ଥର ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍ ଏବଂ ପୂର୍ବତନ ସ୍ପାନିସ୍ ଟେନିସ୍ ତାରକା ରାଫେଲ ନାଡାଲଙ୍କୁ ଭାବପ୍ରବଣ ବିଦାୟ

ପ୍ୟାରିସ;- ୪ଥରର ଗ୍ରାଣ୍ଡ ସ୍ଳାମ ବିଜୟନୀ ନାଓମ ଓସାକା ଏବଂ ୟୁଏସ ଓପନ୍ ଉପବିଜେତା ଟେଲର ଫ୍ରିଜ୍ଙ୍କ ଫ୍ରେଞ୍ଚ ଓପନ ପ୍ରଥମ ରାଉଣ୍ଡରୁ ଶେଷ ହୋଇଯାଇଛି । ମହିଳା ଏକକରେ ଜାପାନ ଓସାକା୭-୬,୧-୬,୪-୬ ସେଟ୍ ରେସ୍ପେନ୍‌ର ପୌଲ ବୋଦାସାଙ୍କଠୁ ଏବଂ ପୁରୁଷ ଏକକରେ ଅମେରିକାର ଫ୍ରିଜ୍‌ ୫-୭, ୬-୩, ୩-୬, ୧-୬ ସେଟ୍‌ରେ ଜର୍ମାନୀର ଡାନିଏଲ ଅଲ୍‌ମେୟରଙ୍କଠୁ ହାରିଯାଇଥିଲେ। ଅନ୍ୟ ତାରକା ପୁରୁଷ ଖେଳାଳି ବିଶ୍ବର ୨ ନମ୍ବର କାର୍ଲୋସ ଅଲ୍‌କାରାଜ, ନରୱେର କାସପର ରୁଡ, ଆମେରିକାର ବେନ୍‌ ସେଲ୍‌ଟନ, ଗ୍ରିସ୍‌ର ଷ୍ଟିଫାନସ ସିସିପାସ୍‌ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ଗତ ସଂସ୍କରଣ ବିଜେତା ସ୍ପେନ୍‌ର ଅଲ୍‌କାରାଜ ୬-୩, ୬-୪, ୬-୪ ସେଟ୍‌ରେ ଇଟାଲିର ଗିଉଲିଓ ଜେପିରିଙ୍କୁ ହରାଇ ପଞ୍ଚମ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି‌ ଦିଗରେ ପାଦ ବଢ଼ାଇଛନ୍ତି। ସେପଟେ ରୋଲାଣ୍ଡ ଗାରୋସର କୋର୍ଟ ଫିଲିପ୍ ଚାଟିଅରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୧୪ ଥର ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍ ଏବଂ ପୂର୍ବତନ ସ୍ପାନିସ୍ ଟେନିସ୍ ତାରକା ରାଫେଲ ନାଡାଲଙ୍କୁ ଭାବପ୍ରବଣ ବିଦାୟ ଦିଆଯାଇଥିଲା। ୩୮ ବର୍ଷୀୟ ନାଡାଲ ଗତ ବର୍ଷ ନଭେମ୍ବରରେ ଟେନିସ୍‌ରୁ ଅବସର ନେଇଥିଲେ। ଏହି ଅବସରରେ ହଜାର ହଜାର ଦର୍ଶକ ଠିଆ ହୋଇ କରତାଳି ଦେଇ ତାଙ୍କୁ ସମ୍ମାନିତ କରିଥିଲେ।ସମାରୋହ ସମୟରେ, ନାଡାଲଙ୍କ କ୍ୟାରିୟରର ମୁଖ୍ୟ ଘଟଣାଗୁଡ଼ିକ ଉପରେ ଆଧାରିତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା, ଯାହାକୁ ଦେଖି ସେ ଭାବପ୍ରବଣ ହୋଇଯାଇଥିଲେ। ସେ କହିଥିଲେ, “ମୁଁ ଜାଣିପାରୁନାହିଁ କେଉଁଠାରୁ ଆରମ୍ଭ କରିବି… ମୁଁ ଗତ ୨୦ ବର୍ଷ ଧରି ଏହି କୋର୍ଟରେ ଖେଳୁଛି। ଏଠାରେ ମୁଁ ଯନ୍ତ୍ରଣା ସହିଛି, ବିଜୟର ସ୍ୱାଦ ପାଇଛି ଏବଂ ପରାଜୟର ସମ୍ମୁଖୀନ ମଧ୍ୟ ହୋଇଛି। ଏହି କୋର୍ଟ ସହିତ ମୋର ଗଭୀର ଭାବନା ଜଡିତ।”ନାଡାଲ, ଫେଡେରର, ଜୋକୋଭିଚ୍ ଏବଂ ମୁରେ – ‘ବିଗ୍ ଫୋର୍’ ଗତ ଦୁଇ ଦଶନ୍ଧି ମଧ୍ୟରେ ଟେନିସ୍‌କୁ ଅଭୂତପୂର୍ବ ଉଚ୍ଚତାରେ ପହଞ୍ଚାଇଛନ୍ତି। ନାଡାଲ ୨୨ଟି, ଫେଡେରର ୨୦ଟି, ଜୋକୋଭିଚ୍ ୨୪ଟି ଏବଂ ମୁରେ ୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି।ରୋଲାଣ୍ଡ ଗାରୋସରେ ନାଡାଲଙ୍କ ବିଦାୟ କେବଳ ଜଣେ ମହାନ ଖେଳାଳିଙ୍କ ପାଇଁ ବିଦାୟ ନଥିଲା, ବରଂ ଟେନିସର ଏକ ସୁବର୍ଣ୍ଣ ଯୁଗର ମଧ୍ୟ ଥିଲା।

Related posts

ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରିବେ କିଟ୍ ଓ କିସ୍ ବିଶ୍ବ ବିଦ୍ୟାଳୟର ୧୪ ଜଣ ଖେଳାଳି

Odisha Sports Bureau

ୱାର୍ଲଡ ଚେସ୍ ଚାମ୍ପିୟନଶିପରେ ଚାମ୍ପିଅନ ହେଲେ ଡି ଗୁକେଶ : ବିଜୟ ପରେ କୋଟି କୋଟି ଟଙ୍କା ପୁରସ୍କାର

Odisha Sports Bureau

ଏସିଆନ ପାରା ଗେମ୍ସରେ କମାଲ କରୁଛନ୍ତି ଭାରତୀୟ ଖେଳାଳୀ

Odisha Sports Bureau