( ଓଡିଶା ସ୍ପୋର୍ଟ): ହିନ୍ଦୁସ୍ତାନରେ ‘କ୍ରିକେଟ୍’ କୁ ଧର୍ମ ପରି ପୂଜା କରାଯାଇଥାଏ । ଏଥିରେ ସଚିନ୍ ତେନ୍ଦୁଲକରଙ୍କୁ ‘ଭଗବାନ’ କୁହାଯାଏ । ଏଥିପାଇଁ ସମସ୍ତ କ୍ରିକେଟ୍ ପ୍ରେମିଙ୍କ ପାଇଁ ୧୬ ନଭେମ୍ବର ଦିନଟି ଖାସ୍ ଅଟେ । ୨୦୧୩ ମାନେ ଆଜିର ଠିକ୍ ପାଞ୍ଚ ବର୍ଷ ପୂର୍ବେ ସଚିନ୍ ଶେଷ ଥର ପାଇଁ କ୍ରିକେଟ୍ ପଡିଆକୁ ଓହ୍ଲାଇ ଥିଲେ । ଉପରବାଲା ସଚିନ୍ଙ୍କୁ ଏହି ଖେଳ ପାଇଁ ଖାସ୍ କଳା ଦେଇ ଧରାପୃଷ୍ଠକୁ ପଠାଇଥିଲେ । ଏହା କରିସ୍ମା ନୁହେଁ ତ ଆଉ କ’ଣ ଯେଉଁ ପଡିଆରେ ଶିଶୁ ସଚିନ୍ ଖେଳିବା ଆରମ୍ଭ କରିଥିଲେ ସେହି ମୁମ୍ବାଇର ୱାନଖେଡ ସ୍ଟାଡିୟମ୍ ର ମାଟିକୁ ନିଜ କପାଳରେ ଲଗାଇ ଏହି ଖେଳରୁ ସବୁଦିନ ପାଇଁ ସନ୍ୟାସ ଗ୍ରହଣ କରିଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆଜିର ଦିନରେ ଟେଷ୍ଟ ସିରିଜ୍ ଜିତିବା ସହିତ ମାଷ୍ଟର–ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର କ୍ରିକେଟରୁ ବିଦାୟ ନେଇଥିଲେ । ଯିଦି ଏହାକୁ ଏକ ଯୁଗର ଅନ୍ତ କୁହାଯାଏ, ତେବେ ଏହା ଭୁଲ୍ ହେବ ନାହିଁ । ଯେତିିକି ଭଲ ତଙ୍କର ବ୍ୟକ୍ତିତ୍ୱ ଏବଂ ତାଙ୍କର ଦାଗଶୂନ୍ୟ କ୍ୟାରିଅର ସେତିକି ଭାବୁୁକ ଏବଂ ଐତିହାସିକ ତାଙ୍କର ବିଦାୟବେଳର ଭାଷଣ ଥିଲା । ସେହି ସମୟରେ କ୍ରିକେଟ୍ ଇତିହାସରେ ସମସ୍ତ ରେକର୍ଡ ନିଜ ନାମରେ କରିନେଇଥିବା ତେନ୍ଦୁଲକର ୨୦୦ ଟେଷ୍ଟ୍ ରେ ୫୩.୭୮ ରେ ୧୫,୯୨୧ ରନ୍ କରିଥିଲେ । ଏଥିରେ ୫୧ ଶତକ ଏବଂ ୬୮ ଅର୍ଦ୍ଧଶତକ ସଂଗ୍ରହ କରିଥିଲେ । ଟେଷ୍ଟରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୨୪୮ ରହିଥିଲା ।
ୱାନ୍-ଡେ ରେ ମଧ୍ୟ ତଙ୍କ ସମକକ୍ଷ କେହି ନାହାନ୍ତି । ସେ ୪୬୩ ମ୍ୟାଚ୍ ଖେଳିଛନ୍ତି ଏବଂ ୪୯ ଶତକ ଏବଂ ୯୬ ଅର୍ଦ୍ଧଶତକ ସାହାଯ୍ୟରେ୧୮,୪୨୬ ରନ୍ କରିଥିଲେ । ୱାନ୍-ଡେ ରେ ସଚିନଙ୍କ ସର୍ବଶ୍ରେଷ୍ଠ ସ୍କୋର ୨୦୦ ରନ୍୍ ରହିଥିଲା । ଏହା ସହିତ ସଚିନ୍ ନିଜର ଅନ୍ତଃରାଷ୍ଟ୍ରିୟ କ୍ୟାରିୟରରେ ୧୦୦ ଶତକ ଭି ଲଗାଇଥିଲେ ।