Hockey

ହକିରେ ଓଡିଶା ପାଇଁ ଗୌରବ ଆଣିବେ ୫ ମହିଳା ଖେଳାଳୀ

ଭୁବନେଶ୍ୱର: ଆସନ୍ତା ମାସରେ ହେବାକୁ ଯାଉଛି ଜୁନିୟର ମହିଳା ହକି ବିଶ୍ୱକପ୍ । ଦକ୍ଷିଣ ଅଫ୍ରିକାରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଏଥିରେ ଓଡିଶାକୁ ଗୌରବ ଆଣିବେ ୫ ଓଡିଆ । କାରଣ ଭାରତୀୟ କନିଷ୍ଠ ମହିଳା ବର୍ଗର ହକି କୋର ଗ୍ରୁପରେ ସ୍ଥାନ ପାଇଲେ ୫ ଜାଣ ଓଡିଆ ମହିଳା ଖେଳାଳୀ । ଗ୍ରୁପରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନ୍ଦନ ଜଣାଇଛନ୍ତି । ସେହି ୫ ଜଣ ହେଉଛନ୍ତିଅଜମିନା କୁଜୁର, ଜ୍ୟୋତି ଛତ୍ରୀ, ଜୀବନ କିଶୋରୀ ଟପ୍ପୋ, ନିକିତା ଟପ୍ପୋ, ମାଧୁରୀ କିଣ୍ଡୋ । ଏଥିରେ ଭାରତୀୟ ଦଳର ୨୮ ଜଣିଆ କୋର୍ ଗ୍ରୁପ ଘୋଷଣା ହୋଇଥିବା ବେଳେ ୫ ଜଣ ଓଡିଅ।। ମଧ୍ୟ ସେଥିରେ ସାମିଲ ହୋଇଛନ୍ତି । ଭାରତୀୟ ମହିିଳା ହକି ଖେଳାଳୀ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବେ ।

Related posts

ପୁରୁଷ ହକି ବିଶ୍ୱ କପରେ ଆଜି ଦୁଇଟି ଶେଷ କ୍ରସ ଓଭର ମ୍ୟାଚ୍

Odisha Sports Bureau

ଭାରତୀୟ ସିନିୟର ମହିଳା ଜାତୀୟ ଫୁଟବଲ୍ ଦଳର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

Odisha Sports Bureau

୧୩ ତମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିଅନସିପ୍ ୨୦୨୩ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଓଡିଶା ହକି ଆସୋସିଏସନ୍

Odisha Sports Bureau