Uncategorized

ଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳି

ଭୁବନେଶ୍ୱର : ଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳି | ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ ଭାରତୀୟ ଦଳରେ ଓଡ଼ିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଭି. ରମେଶ ରାଓ, ରାଖାଲ୍‌ କୁମାର ସେଠୀ, ପବିତ୍ର ସାହୁ, ମାଳତୀ ପାନାଉରେ ଓ ଶିଲା ମନ୍ତ୍ରୀ। ଏମାନେ ସମସ୍ତେ ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ଭାଗ ନେବେ।

ଓଡ଼ିଶାର ଏହି ଖେଳାଳିମାନେ ନିକଟକରେ ଅନୁଷ୍ଠିତ ୧୬ତମ ଜାତୀୟ ଚାମ୍ପିୟନଶିପ୍‌ରେ ଉନ୍ନତ ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ପାରା ସ୍ପୋଟର୍‌ସ ଆସୋସିଏଶନ୍‌ ଓଡ଼ିଶାର ସଭାପତି କମଳାକାନ୍ତ ରଥ ଓ ହୁଇଲ ଚେୟାର ଫେନ୍‌ସିଂ ଓଡିଶାର ଚେୟାରପର୍ସନ ବେଲା ଜୟସ୍ବାଲଅଭିନ୍ଦନ ଜଣାଇବା ସହ ସେମାନଙ୍କ ଶୁଭକାମନା କରିଛନ୍ତି।

Related posts

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତୀୟ ଗ୍ରୁପର ନେତୃତ୍ୱ ନେବେ ନୀରଜ ଚୋପ୍ରା

ଗୋଟିଏ ପାଳିରେ ୪୨୭ ରନ୍‌, ୩୬୪ ରନ୍‌ର ବିଜୟ

Odisha Sports Bureau

ଅବସର ନେବା ପରେ ଅଶ୍ୱିନୀଙ୍କୁ କିଏ କରିଥିଲେ କଲ

Odisha Sports Bureau