Cricket

ପ୍ଲେ ଅଫ୍ ଦୌଡ଼ରେ ୩ ସ୍ଥାନ ପାଇଁ ୭ ଦଳ

ମୁମ୍ବାଇ: ଆଇପିଏଲର ଲିଗ୍ ପର୍ଯ୍ୟାୟ ସରି ଆସୁଛି । ୧୦ ଦଳୀୟ ଏହି ଲିଗରେ ମାତ୍ର ଗୋଟିଏ ଦଳ ପ୍ଲେ ଅଫ୍ ଖେଳିବା ନିଶ୍ଚିତ ହୋଇଛି । ଆଇପିଏଲର ଷୋଡ଼ଶ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଗତ ଥରର ବିଜେତା ଗୁଜରାଟ ଟାଇଟନ୍ସ ୯ ବିଜୟ ସହ ଗୋଟିଏ ମ୍ୟାଚ୍ ପୂର୍ବରୁ ଶୀର୍ଷ ସ୍ଥାନକୁ ଦୃଢ଼ କରିଛି। ଆଉ ଗୋଟିଏ ବିଜୟ ମଧ୍ୟ ହାର୍ଦିକ ପାଣ୍ଡ୍ୟାଙ୍କ ଦଳକୁ ଗତବର୍ଷର ଲିଗ୍ ସଫଳତାର ସମକକ୍ଷ (୧୦ ବିଜୟ) କରାଇପାରିବ। ସେହିଭଳି ଦୁଇଟି ଦଳ ଆନୁଷ୍ଠାନିକ ଭାବେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିସାରିଛନ୍ତି। ଏହି ଦୁଇ ଦଳ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପୂର୍ବ ବିଜେତା ସନ୍ରାଇଜର୍ସ ହାଇଦ୍ରାବାଦ। ଅର୍ଥାତ୍ ଅବଶିଷ୍ଟ ୩ ପ୍ଲେ ଅଫ୍ ସ୍ଥାନ ଉପରେ ୭ଟି ଦଳର ନଜର ରହିଛି। ଏହା ମଧ୍ୟରୁ ୨ଟି ଦଳ (ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ) ଏକ ପ୍ରକାର ନିଶ୍ଚିତ ଥିବାବେଳେ ଆଉ ୨ ଦଳ (ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଓ ମୁମ୍ବାଇ ଇଣ୍ଡିଆନ୍ସ) ସୁଯୋଗ ରଖିଛନ୍ତି। ଅବଶିଷ୍ଟ ୩ ଦଳ କ୍ଷୀଣ ସୁଯୋଗ ସହ ଝୁଲି ରହିଛନ୍ତି। ଫଳାଫଳ ଆଉ ଏମାନଙ୍କ ହାତରେ ନାହିଁ। ସମସ୍ତଙ୍କ ହାତରେ ଗୋଟିଏ ଲେଖାଏଁ ମ୍ୟାଚ୍ ରହିଛି। ଏହି ୩ ଦଳ ଜିତିଲେ ମଧ୍ୟ ଅନ୍ୟର ଫଳାଫଳକୁ ଅପେକ୍ଷା କରିବାକୁ ବାଧ୍ୟ। ମାତ୍ର ୨ ଦିନ ଭିତରେ ଲିଗ୍ ପର୍ୟ୍ୟାୟ ଶେଷ ହେଉଥିବାରୁ ଅନ୍ତିମ ୫ ଲିଗ୍ ମୁକାବିଲାକୁ ନେଇ ଅଙ୍କ କଷା ଚାଲିଛି।

Related posts

କିକ୍ରେଟ ଜଗତର ବିଦାୟ ନେଲେ ପିଟର୍ ସିଡଲ୍

Odisha Sports Bureau

ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି-୨୦ ମ୍ୟାଚ: ସିରିଜ ବିଜୟ ଲକ୍ଷରେ ଟିମ ଇଣ୍ଡିଆ

Odisha Sports Bureau

ସିରିଜରୁ ଓହରିଲେ ମାଥ୍ୟୁସ

Odisha Sports Bureau