ମୁମ୍ବାଇ: ଓସ୍କାର ବିଜେତାଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସା । ବୋମେନ ଓ ବେଲିଙ୍କୁ ଗିପ୍ଟ କଲେ ୭ନଂ ଜର୍ସି । ଏଲିଫାଣ୍ଟ ୱିସପର୍ସକୁ ୯୫ ତମ ଏକାଡେମୀ ପୁରସ୍କାରରେ ବେଷ୍ଟ ସର୍ଟ ପାଇଁ ଓସ୍କାର ମିଳିଛି । ତେବେ ନିକଟରେ ଚେନ୍ନାଇ ସୁପର କିଙ୍ଗ୍ସର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମୟରେ ରିଅଲ ଲାଇଫ୍ ହାତୀ ଯନô୍କାରୀ ବୋମନ ଏବଂ ବେଲି ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭେଟିଥିଲେ । ଧୋନିଙ୍କ ଫ୍ୟାନ ଫଲୋଇଂ କାହାଣୀ ସମୟ ସମୟରେ ଦେଖିବାକୁ ମିଳେ । ତେବେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହାତୀମାନଙ୍କର ତଦାରଖକାରୀ ବୋମାନ ଏବଂ ବେଲି ମଧ୍ୟ ଯୋଗ ଦେଇଥିଲେ ।ସେଠାରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏମଏସ ଧୋନି ତାଙ୍କ ଜର୍ସିକୁ ଉପହାର ଦେଇ ତାଙ୍କୁ ସମ୍ମାନିତ କରୁିଥିଲେ । ଏହା ବ୍ୟତୀତ ହାତୀମାନଙ୍କ ଯନô୍ନେବା ପାଇଁ ଚେନ୍ନାଇ ସୁପର କିଙ୍ଗସର ଏକ ଚେକ ମଧ୍ୟ ଦିଆଯାଇଥିଲା । ଏନେଇ ଟିମ ଇଭେଣ୍ଟରୁ କିଛି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଆମ ହୃନ୍ଦୟ ଜିତିଥିବା ଦଳକୁ ଶୁଭେଚ୍ଛା । ବୋମନ୍ ବେଲି ଏବଂ ଚଳଚ୍ଚିତ୍ର ନିର୍ମାତା କିର୍ତ୍ତିକୀ ଗୋନସାଲଭସ୍ ଆୟୋଜନ କରିବା ବହୁତ ଭଲ ଅଟେ’ ।