More Sports

୮୦ତମ ଜାତୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଓଡ଼ିଶା ମହିଳା ଆଗରେ

(ଓଡିଶା ସ୍ପୋର୍ଟ): ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍ରେ ୮୦ତମ ଜାତୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଆରମ୍ଭ ହୋଇଛି । କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଦୀର୍ଘ ୧୮ ବର୍ଷ ପରେ କଟକକୁ ପୁଣି ଫେରିଥିବା ଜାତୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୫୦ ଖେଳାଳି ଭାଗ ନେଇଛନ୍ତି।

ଓଡ଼ିଶା ଟେବୁଲ୍ ଟେନିସ୍ ଆସୋସିଏସନ୍ ଓ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିରେ ଯେଉଁମାନେ ଉନ୍ନତ ପ୍ରଦର୍ଶନ ସହ ଭଲ ରେଟିଂ ରଖିବେ ସେମାନଙ୍କୁ ଆଗାମୀ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଓ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତ କରାଯିବ।

ଏହି ପ୍ରତିଯୋଗିତାରେ ପ୍ରଥମ ଦିନରେ ଓଡ଼ିଶା ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍ରେ ଓଡ଼ିଶା ୩-୧ରେ ମେଘାଳୟକୁ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍ରେ ପିଏସପିବିଠାରୁ ୦-୩ରେ ହାରି ଯାଇଥିଲା।

ପୁରୁଷ ବିଭାଗରେ ପ୍ରଥମ ମ୍ୟାଚ୍ରେ ହରିୟାଣାଠାରୁ ୦-୩ ଓ ଦ୍ୱିତୀୟ ମ୍ୟାଚରେ ଚଣ୍ଡୀଗଡ଼ ଠାରୁ ୨-୩ରେ ଓଡ଼ିଶା ହାରି ଯାଇଥିଲା। ଅନ୍ୟପଟେ ପିଏସ୍ପିବି ଓ ହରିୟାଣା ପ୍ରଥମ ଦୁଇ ମ୍ୟାଚ୍ ଜିତି ପ୍ରି-କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛନ୍ତି।

Related posts

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ ହାତେଇଲେ ପିଭି ସିନ୍ଧୁ

Odisha Sports Bureau

ଡାକର ରେଲିରେ ଆଉ ଏକ ଦୁର୍ଘଟଣା, ଫ୍ରାନ୍ସ ରେସଲରଙ୍କ ମୃତ୍ୟୁ

Odisha Sports Bureau

ବକ୍ସର ଅମିତ ପୋଙ୍ଗଲ ଖେଲ ରତ୍ନା ପାଇଁ ମନୋନୀତ