Hockey

ପୁରୁଷ ହକି ଏସିଆନ୍ ଚାମ୍ପିଅନ୍‌ସିପ୍ ଟ୍ରଫି, ଓମାନକୁ ୧୧-୦ରେ ପରାସ୍ତ କଲା ଭାରତ

ଓମାନର ରାଜଧାନୀ ମସ୍କଟରେ ଗତକାଲିଠାରୁ ଆରମ୍ଭ ହୋଇଛି ପୁରୁଷ ହକି ଏସିଆନ୍ ଚାମ୍ପିଅନ୍‌ସିପ୍ ଟ୍ରଫି। ଗତକାଲି ଭାରତ ତାର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଓମାନକୁ ୧୧-୦ରେ ପରାସ୍ତ କରିଛି।
ଭାରତ ପ୍ରଥମରୁ ପ୍ରଭାବଶାଳୀ ଖେଳ ପ୍ରଦର୍ଶନ କରି ନଥିଲା। ପ୍ରଥମ କ୍ୱାର୍ଟରେ କେହି କାହା ଉପରେ ଗୋଲ ଦେଇ ନଥିଲେ। କିନ୍ତୁ ତା’ପର ୪୫ ମିନିଟ୍‌ରେ ଓମାନର ଅବସ୍ଥା ଖରାପ କରି ଦେଇଥିଲେ ଭାରତୀୟ ଖେଳାଳି।
ଭାରତ ଦେଇଥିବା ୧୧ଟି ଗୋଲ୍‌ ମଧ୍ୟରୁ ୮ଟି ପେନାଲ୍‌ଟି କର୍ଣ୍ଣର ମାଧ୍ୟମରେ ହୋଇଥିଲା।
ଯୁବ ଖେଳାଳି ଦିଲ୍‌ପ୍ରୀତ୍‌ ସିଂହଙ୍କ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ହୋଇଥିଲେ। ସେ ୩ଟି ଗୋଲ୍ ଦେଇଥିଲେ।
ଭାରତ ପ୍ରଥମ ଗୋଲ୍ ୧୭ତମ ମିନିଟ୍‌ରେ ଦେଇଥିଲା। ଏହି ଗୋଲ୍ ଦେଇଥିଲେ ଲଲିତ୍ ଉପାଧ୍ୟାୟ।
ହରମନପ୍ରୀତ୍ ସିଂହ, ନୀଳକଣ୍ଠ ଶର୍ମା, ମନଦୀପ ସିଂହ, ଗୁରଜନ୍ତ ସିଂହ, ଆକାଶଦୀପ ସିଂହ,ବରୁଣ କୁମାର ଓ ଚିଙ୍ଗଲେନ୍‌ସନା ସିଂହ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।
ଆଜି ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।

Related posts

ଦ୍ଵିତୀୟ ବିଦେଶୀ ଟିମ ଭାବେ ଭୁବନେଶ୍ୱରରେ ପହଁଚିଲା ଚିଲି ହକି ଟିମ

Odisha Sports Bureau

ପୁରୁଷ ହକିବିଶ୍ୱକପରେ ଖେଳାଳିଙ୍କ ଆଜିଠାରୁ ଘର ମୁହାଁ ପର୍ବ

Odisha Sports Bureau

ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟ

Odisha Sports Bureau