Cricket

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ

 ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ । ପୁନେରେ ମୁହାଁମୁହିଁ ହେବେ ଦୁଇ ଦଳ । ପୁନେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ । ୫ ଟିକିଆ ଦିନିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିିଛି ଭାରତ । ପ୍ରଥମ ମ୍ୟାଚକୁ ଭାରତ ୮ ୱିକେଟ୍ ରେ ସହଜରେ ଜିତି ନେଇଥିଲା। ହେଲେ ବିଶାଖାପାଟଣା ଦିନିକିଆରେ ଭାରତକୁ କଡ଼ା ଜବାବ୍ ଦେଇଥିଲା ଓ୍ବେଷ୍ଟଇଣ୍ଡିଜ୍ । ଭାରତ ୩୨୧ ରନ୍ ର ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଓ୍ବେଷ୍ଟ ଇଣ୍ଡିଜ୍ ଟାଇ ରଖିବାକୁ ସକ୍ଷମ ହୋଇଥିଲା। ଏହି ଦୁଇ ମ୍ୟାଚ୍ ରେ ଭାରତୀୟ ବୋଲରମାନେ ପ୍ରଭାବ ବିହୀନ ରହିଥିଲେ। ଯାହାର ଫାଇଦା ଉଠାଇ ଇଣ୍ଡିଜ୍ ଦଳ ଦୁଇଟି ଯାକ ମ୍ୟାଚ୍ ରେ ୩୦୦ ରନ୍ ପାରି କରିଥିଲା। ଏଥି ଲାଗି ଭାରତ ଶେଷ ୩ ଦିନିକିଆରେ ମହମ୍ମଦ ସାମିଙ୍କୁ ବାଦ୍ ଦେଇ ଦୁଇ ଭରସାଯୋଗ୍ୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଏବଂ ଯଶପ୍ରୀତ୍ ବୁମରାଙ୍କୁ ଦଳରେ ସାମିଲ କରିଛି। ଫଳରେ ବିଶାଖାପାଟଣାର ଭୁଲ୍ ସୁଧାରି ୨-୦ର ଅଗ୍ରଣୀ ହେବା ଲକ୍ଷ୍ୟରେ ଭାରତ ରହିଛି।

ସମ୍ଭାବ୍ୟ ଭାରତୀୟ ଦଳରେ ଅଛନ୍ତି ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା‌, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର ଏବଂ ଯଶପ୍ରୀତ ବୁମ୍‌ରା।

ସେହିପରି ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିଜ୍ ଦଳରେ ଅଛନ୍ତି ଜାସନ ହୋଲ୍ଡର (ଅଧିନାୟକ), ଫାବିଆନ୍‌ ଆଲିନ୍‌, ସୁନୀଲ ଅମ୍ବରିସ୍, ଦେବେନ୍ଦ୍ର ବିଶୁ, ଚନ୍ଦ୍ରପଲ ହେମରାଜ, ସିମରନ୍ ହେଟମେୟର, ସାଇ ହୋପ୍, ଆଲଜାରି ଜୋସେଫ, ଏଭିନ୍ ଲୁଇସ୍, ଆସଲେ ନର୍ସ, କିମୋ ପଲ୍, ରଭମନ ପାୱେଲ, କେମାର ରୋଚ୍, ମାର୍ଲନ ସାମୁଏଲ୍ସ ଏବଂ ଓସାନେ ଥୋମାସ।

Related posts

ପାକିସ୍ତାନୀ ଦଳର ଚିନ୍ତା ବଢ଼ାଇ ଦେଇଛି ଜ୍ୱର ଏବଂ ଶାରିରୀକ ଆଘାତ

Odisha Sports Bureau

ଭାରତର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ନୂଆ ତଥ୍ୟ

Odisha Sports Bureau

ଚଣ୍ଡିଗଡ଼ରେ ହେବ ଜୋରଦାର ଲଢେଇ

Odisha Sports Bureau