Cricket

ଆଜି ଭାରତ – ଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଦିନିକିଆ

ଭାରତ ଏବଂ ଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫୫ ଟିକିଆ ଟେଷ୍ଟ ସିରଜର ଚତୁର୍ଥ ମ୍ୟାଚ୍୍ ଆଜି ମୁମ୍ବାଇର ବ୍ରେରାନ୍ନ ଷ୍ଟାଡ଼ିୟମରେ ଖେଳାଯିବ । ଗୌହାଟୀରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ବିଶାଖାପାଟନା ଦିନିକିଆ ଟାଇରେ ଶେଷ ହୋଇଥିଲା । ସେହିପରି ପୁଣେରେ ଖଳାଯାଇଥିବା ତୃତୀୟ ଦିନିକିଆରେ ଭାରତ କାରବିଆନ୍ ଟିମ୍୍ ଠାରୁ ୪୩ ରନ୍ରେ ପରାସ୍ତ ହୋଇଥିଲା । ବର୍ତମାନ ଦୁଇ ଦଳ ୧-୧ରେ ସିରିଜ ବରାବର ରଖିଛନ୍ତି । ଏହି ଦୃଷ୍ଟିରୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ବିରାଟ ବାହିନୀକୁ ସିରିଜ ବିଜୟ ପାଇଁ ହେଲେ ଆଜିର ମ୍ୟାଚ ଯେମିତି ହେଲେ ଜିତିବାକୁ ପଡିବ । ଯଦି ଆଜିର ମ୍ୟାଚ ଦଳ ହାରି ଯାଏ ତେବେ ଭାରତର ସିରିଜ ବିଜୟ ଆଶା ଧୂଳିସାତ ହେବା ସହ ଶେଷ ଦିନିକିଆରେ ସିରିଜ ଟାଇ ପାଇଁ ଦଳ ଚାପରେ ରହିବ ।

ଭାରତୀୟ ଦଳ ମିଡିଲ ଅର୍ଡର ବ୍ୟାଟସମ୍ୟାନଙ୍କୁ ନେଇ ଚିନ୍ତାରେ ରହିଛି । ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖାରପ ଫର୍ମ ଦେଇ ଗତି କରୁଛନ୍ତି । ଚୟନକର୍ତା ଶେଷ ଦୁଇଟି ମ୍ୟାଚ ପାଇଁ କେଦାର ଯାଦବଙ୍କୁ ଦଳରେ ସାମିଲ କରିଛନ୍ତି । ଫଳରେ ବୋଲିଂ ବିଭାଗ ଶକ୍ତିଶାଳୀ ହେବ ।

ଦଳର ଓପନିଂ ଯୋଡି କିଛି ମାତ୍ରାରେ ଚିନ୍ତାଜନକ ରହିଛି । ଖେଳାଯାଇଥିବା ଶେଷ ଦୁଇଟି ମ୍ୟାଚରେ ରୋହିତ ଶର୍ମା ଏବଂ ଶିଖର ଧାବନଙ୍କ ଯୋଡି ଫେଲ ମାରିଛି । ଆଜିର ମ୍ୟାଚରେ ଦର୍ଶକ ଦୁଇଜଣଙ୍କଠାରୁ ବଡ ଇନିଂସ ଆଶା କରୁଛନ୍ତି । କିନ୍ତୁ ଅଧିନାୟକ କୋହଲି ଚିତାକର୍ଷକ ଫର୍ମରେ ରହିଛନ୍ତି । ସେ ଲଗାତାର ତିନୋଟି ଦିନିକିଆରେ ଶତକ ଅର୍ଜନ କରିବା ସହ ଅନେକ ରେକର୍ଡ ଭାଙ୍ଗିଛନ୍ତି । ଭାରତକୁ ଆଜିର ମ୍ୟାଚ ଜିତିବା ପାଇଁ ହେଲେ ଓପନିଂ ଯୋଡି ସହ ମିଡିଲ ଅର୍ଡରରେ ଭଲ ଭାଗିଦାରୀ କରି ପ୍ରତିପକ୍ଷଙ୍କ ପାଇଁ ଚାପ ସୃଷ୍ଟି କରିବାକୁ ହେବ ।

Related posts

ସଚିନକୁ ମନେ ପକାଇଲେ ହରବଜନ

Odisha Sports Bureau

କ୍ୟାପଟେନ ଭାବରେ ‘ବିରାଟ’ ରେକର୍ଡ

Odisha Sports Bureau

ଭୁବନେଶ୍ୱରରେ ୩୯ ତମ ସବୁ ଜୁନିଅର ଏବଂ ୪୯ତମ ଜୁନିଅର ନେସନାଲ ଆକ୍ୱାଟିକା ପ୍ରତିଯୋଗିତା ଆରମ୍ଭ

Odisha Sports Bureau