Cricket

୪ର୍ଥ ଦିନିକିଆରେ ରେକର୍ଡ ଭାଙ୍ଗିଲେ ରୋହିତ-ଧୱାନ ଯୋଡି

ଇଣ୍ଡିଜ୍‌ ବିପକ୍ଷ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଦିନିକିଆରେ ରୋହିତ ଶର୍ମା ଓ ଶିଖର ଧୱନ୍‌ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ-ଧୱନ ଯୋଡ଼ି ଭାରତର ଦ୍ୱିତୀୟ ସଫଳତମ ଓପନିଂ ଯୋଡ଼ି ହେବାର ରେକର୍ଡ କରିଛନ୍ତି। ଏଭଳି ରେକର୍ଡ କରି ଉଭୟ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ୍‌ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ପଛରେ ପକାଇ ଦେଇଛନ୍ତି।

ଭାରତ ପାଇଁ ସଚିନ୍‌-ସେହ୍ୱାଗ ଯୋଡ଼ି ୨୦୦୨ରୁ ଓପନିଂ କରିଥିଲେ। ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଉଭୟ ଭାରତ ପାଇଁ ଏହି ଦାୟିତ୍ୱ ନିର୍ବାହ କରିଥିଲେ। ଉଭୟ ୯୩ଟି ଇନିଂସ୍‌ରେ ୩୯୧୯ ରନ୍‌ ହାସଲ କରିଥିଲେ। ଏଥିରେ ୧୨ଟି ଶତକୀୟ ଭାଗୀଦାରି ରହିଥିଲା।
ଅନ୍ୟପକ୍ଷରେ ରୋହିତ-ଧୱନ ଯୋଡ଼ି ୨୦୧୩ ଚାମ୍ପିୟନ୍ସ ଟ୍ରଫିରୁ ଭାରତ ପାଇଁ ଓପନିଂ କରି ଆସୁଛନ୍ତି। ଏହି ୫ ବର୍ଷ ମଧ୍ୟରେ ଉଭୟ ୧୩ଥର ଶତକୀୟ ଭାଗୀଦାରି କରିଛନ୍ତି। ତେବେ ଆଜିର ୪ର୍ଥ ଦିନିକିଆ ପୂର୍ବରୁ ରୋହିତ୍‌-ଧୱନ୍‌ ଯୋଡ଼ି ସଚିନ୍‌-ସେହ୍ୱାଗଙ୍କ ଯୋଡ଼ିର ରେକର୍ଡ ଭାଙ୍ଗିବା ପାଇଁ ମାତ୍ର ୫ ରନ୍‌ ଦରକାର କରୁଥିଲେ। ଇଣ୍ଡିଜ୍‌ ବାହିନୀର ପ୍ରଥମ ଓଭର୍‌ରେ ହିଁ ଏହି ରେକର୍ଡ ହାସଲ ହୋଇଥିଲା।

Related posts

ସଚିନଙ୍କ ଗୁରୁ ରମାକାନ୍ତ ଆର୍ଚେକରଙ୍କ ବିୟୋଗ

Odisha Sports Bureau

ଅସୁସ୍ଥତା କାରଣ ହେତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଲେ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର କେନ

Odisha Sports Bureau

ନେଲସନରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୱେଷ୍ଟଇଣ୍ଡିଜ୍‌କୁ ୯ ରନ୍‌ରେ ପରାସ୍ତ କରିଛି

Odisha Sports Bureau