More Sports

ଏକାମ୍ର ସ୍ପୋଟରସ୍ ଲିଟେରାରି ପେଷ୍ଟିଭାଲ- ଭିସା ସମସ୍ୟା ଯୋଗୁଁ ଯୋଗ ଦେଇ ନ ପାରନ୍ତି ଖେଳାଳୀ

ଭିଜା ସମସ୍ୟା କାରଣରୁ ଏକାମ୍ର ସ୍ପୋଟରସ୍ ଲିଟେରାରି ଫେଷ୍ଟିଭାଲରେ ଜଣ।।ଣୁଣା କ୍ରୀଡ଼ା ଲେଖକ ଓ କ୍ରୀଡ଼ାବିତଙ୍କୁ ମିଶାଇ ୩ ଜଣ ଯୋଗ ଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଣ୍ଡ୍ର୍ୟୁ ଡୋଓ୍ବିନ, ରିଚାର୍ଡ ମୁର ଓ ଓ୍ବାସିମ ଆକ୍ରମଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଦେଇଛି।

ଏମାନଙ୍କ ମଧ୍ୟରୁ ଦୁଇଜଣ ଦୁଇଥର ଭିଜା ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନାହିଁ। ଗାର୍ଡିଆନ କ୍ରୀଡ଼ା ଖବରଦାତା ବ୍ରାଜିଲର ଆଣ୍ଡ୍ର୍ୟୁ ଡୋଓ୍ବିନ ଓ ସ୍କଟଲାଣ୍ଡ ବରିଷ୍ଠ ପତ୍ରକାର ରିଚାର୍ଡ ମୁରଙ୍କୁ ଭିଜା ମିଳିନାହିଁ। ଦ୍ୱିତୀୟଥର ପାଇଁ ଆବେଦନ କରିଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଏହି ଦୁଇ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିଙ୍କୁ ଭିଜା ନ ମିଳିବା ଆମକୁ ଚକିତ କରିଛି ବୋଲି ସନ୍ଦୀପ କହିଛନ୍ତି ।

ମୁର ହେଉଛନ୍ତି ବିଶ୍ୱର ଜଣେ ଜଣାଶୁଣା କ୍ରୀଡ଼ା ଲେଖକ। ସେ କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟଙ୍କ ଆତ୍ମଜୀବନୀ ଲେଖିଛନ୍ତି। ସେହିପରି ଡୋଓ୍ବିନ ବ୍ରାଜିଲ କିମ୍ବଦନ୍ତୀ ଫୁଟବଲର ସକ୍ରେଟିସଙ୍କ ଜୀବନ ଓ କ୍ୟାରିୟରକୁ ନେଇ ‘ଡକ୍ଟର ସକ୍ରେଟିସ’ ଲେଖିଛନ୍ତି। । ଏହି ଉତ୍ସବ ଏକ ଅଣ ରାଜନୈତିକ ହୋଇଥିଲେ ମଧ୍ୟ ଏମାନଙ୍କୁ ଏପର୍ୟ୍ୟନ୍ତ ଭିଜା ନ ମିଳିବା ଦୁର୍ଭାଗ୍ୟଜନକ ବୋଲି ସନ୍ଦୀପ କହିଛନ୍ତି । ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ବରାବର ଯୋଗାଯୋଗ ରକ୍ଷା କରିଆସୁଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଏଭଳି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭିଜା କାହିଁକି ମିଳିନାହିଁ ସେ ନେଇ ଆମେ କିଛ ବୁଝିପାରିନାହୁଁ । ପୁଣି କର୍ତ୍ତୁପକ୍ଷ ମଧ୍ୟ ଏ ନେଇ ଆମକୁ କୌଣସି ସ୍ପଷ୍ଟିକରଣ ଦେଇ ନାହାନ୍ତି। ମୁର୍‌ ଆସି ନ ପାରିଲେ କାର୍ୟ୍ୟକ୍ରମକୁ ବେନ୍‌ ଜନସନ ସମ୍ଭାଳିନେବେ। ମାତ୍ର ଡୋଓ୍ବିନ ନ ଆସିଲେ ଏହି ସେସନ ପାଇଁ ଆମେ ଭିନ୍ନ କାର୍ୟ୍ୟସୂଚୀ ସ୍ଥିର କରିବୁ ବୋଲି ସେ ପ୍ରକାଶ କରିଛନ୍ତି।ଅପରପକ୍ଷରେ ପାକିସ୍ତାନ କିମ୍ବଦନ୍ତୀ ଦ୍ରୁତ ବୋଲର ଓ୍ବାସିମ ଆକ୍ରମ ମଧ୍ୟ ଏହି ଉତ୍ସବରେ ଯୋଗ ନ ଦେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ଉତ୍ସବରେ ଅଂଶଗ୍ରହଣ କରିବାକୁ ଇଛା ଥିଲେ ମଧ୍ୟ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା କାରଣରୁ ପାକିସ୍ତାନ ସରକାର ତାଙ୍କୁ ଅନୁମତି ଦେଇନାହାନ୍ତି।

Related posts

ନେସନାଲ୍ ଚମ୍ପିଆନଶିପରେ ସ୍ୱର୍ଣ୍ଣ ଜିତିଲେ ମୀରାବାଇ

Odisha Sports Bureau

 ଜୋହାନ୍ସ ୱେଟର୍ ବିଶ୍ୱ ରେକର୍ଡରୁ ବଞ୍ଚିତ

Odisha Sports Bureau

ହୁଇଲ ଚେୟାର ଫେନସିଂରେ ୩ ଓଡ଼ିଆ ପ୍ରତିଯୋଗୀ

Odisha Sports Bureau