Cricket

ରଣଜୀ ଟ୍ରଫିର ତୃତୀୟ ପର୍ଯ୍ୟାୟ ମ୍ୟାଚ୍

(ଓଡିଶା ସ୍ପୋର୍ଟ): ଆଜିଠାରୁ ଆରମ୍ଭ ହେଉଛି ରଣଜୀ ଟ୍ରଫିର ତୃତୀୟ ପର୍ଯ୍ୟାୟ ମ୍ୟାଚ । ପ୍ରଥମ ଦୁଇଟି ମ୍ୟାଚ ଘରୋଇ ପଡ଼ିଆ ରେ ଖେଳିଥିବା ଓଡ଼ିଶା ଆଜି ଗୌହାଟୀରେ ଆସାମ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ।

ଏହି ମ୍ୟାଚ୍ ଜିତି ସିଜିନ୍ର ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ଓଡ଼ିଶା ପଡ଼ିଆକୁ ଓହ୍ଲାଇବ। ଘରୋଇ ପଡ଼ିଆରେ ଖେଳି ମଧ୍ୟ ବିପ୍ଲବ ସାମନ୍ତରାୟଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳ ଏଯାଏ ବିଜୟ ଖାତା ଖୋଲି ପାରିନାହିଁ। ପ୍ରଥମ ମ୍ୟାଚ୍କୁ ଦଳ ଡ୍ର ରଖିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ହରିୟାଣାଠାରୁ ପରାସ୍ତା ହୋଇଥିଲା।
ପ୍ରଥମ ମ୍ୟାଚକୁ ଡ୍ର ରଖିଥିବା ଓଡ଼ିଶା ୧ ପଏଣ୍ଟ ସହ ‘ଏଲିଟ୍ ଗ୍ରୁପ-ସି’ର ଶେଷ ସ୍ଥାନରେ ରହିଛି।

ଏହା ଓଡ଼ିଶା ଓ ଆସାମ ମଧ୍ୟରେ ୫୧ ତମ ମ୍ୟାଚ ହେବ । ୫୦ଟି ମ୍ୟାଚରୁ ଓଡ଼ିଶା ୨୧ଟିରେ ବିଜୟ ହାସଲ କରିଥିବା ବେଳେ ଆସାମ ମାତ୍ର ୫ଟି ହାତେଇବାରେ ସଫଳ ହୋଇଛି । କିନ୍ତୁ ଚଳିତ ସିଜିନରେ ଆସାମ ବେଶ ଭଲ ପ୍ରଦର୍ଶନ କରିଛି । ପ୍ରଥମ ମ୍ୟାଚ ଝାଡ଼ଖଣ୍ଡ ସହ ଡ଼୍ର ଏବଂ ଦ୍ୱିତୀୟ ମ୍ୟାଚରେ ତ୍ରିପୁରାକୁ ପରାସ୍ତ କରି ୭ ପଏଣ୍ଟସହ ‘ଏଲିଟ ଗ୍ରୁପ-ସି’ର ତୃତୀୟ ସ୍ଥାନରେ ରହିଛି ।

Related posts

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ ସକିଲ

ମିଚେଲ ମାର୍ଶାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ବେଙ୍ଗାଲୁରୁ ପ୍ୟାନ୍ସ

Odisha Sports Bureau

ସୁପ୍ରିମକୋର୍ଟରେ ପହଞ୍ଚିଲା ଭିନେଶ ଫୋଗତ ଏବଂ ଭାରତୀୟ କୁସ୍ତି ମହାସଂଘର ମାମଲା