Hockey

ସଫଳତା ଶ୍ରେଷ୍ଠରେ ଦୁଇ ନାୟକ…

( ଓଡିଶା ସ୍ପୋର୍ଟ): କଳିଙ୍ଗ ଷ୍ଟାଡ଼ିୟମ୍ ରେ ଆୟୋଜିତ ହେଉଥିବ ହକି ମହାସମର ପାଇଁ ଓଡ଼ିଶା ଏବେ ବେଶ ଚର୍ଚ୍ଚାରେ । ଏନେଇ ସ୍ମାର୍ଟ ସିଟି ଭୁବନେଶ୍ୱର ନୂଆ ରଙ୍ଗରେ ସଜେଇ ହୋଇ ନୂଆ ପରିଚୟ ପାଇଛି । କାନ୍ଥବାଡ଼ ଠାରୁ ଆରମ୍ଭ କରି ରାସ୍ତା ଏବଂ ଆଲୋକ ସଜ୍ଜା ସବୁଥିରେ ରଙ୍ଗିନ ହୋଇଛି ରାଜଧାନୀ । ଏଥିପାଇଁ ସବୁ ପ୍ରକାର ଆୟୋଜନ ଓ ପରିଚାଳନା ହେବା ପଛରେ ଦୁଇ ଜଣ ନାୟକଙ୍କ ଭୂମିକା ଅତୁଳନୀୟ । ସେମାନେ ପରଦା ପଛରେ ରହି ମଧ୍ୟ ଏହି ଆୟୋଜନକୁ ସଫଳ କରିପାରିଛନ୍ତି । ଯାହାକୁ ନେଇ ରାଜ୍ୟ ସରକାର ସମଗ୍ର ବିଶ୍ବରୁ ପ୍ରଶଂସା ସାଉଁଟି ପାରିଛନ୍ତି ।

ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିଅମ ହେଉ ବା କଟକର ବାରବାଟୀ ଷ୍ଟାଡିଅମ ହେଉ ଉଭୟ ସ୍ଥାନରେ ହୋଇଥିବା ଉଦଘାଟନୀ ଉତ୍ସବ ର ସୁରକ୍ଷା ପରିଚାଳନା ଠାରୁ ଆରମ୍ଭ କରି ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ପର୍ୟ୍ୟନ୍ତ ସମସ୍ତ ଦାୟିତ୍ୱ ସୂଚାରୁ ରୂପେ ତୁଲାଇଥିବା ଦୁଇ ନାୟକ ହେଲେ ଥାର୍ଡ ଫ୍ଲୋର ର ଚର୍ଚ୍ଚିତ ଚେହେରା ତଥା ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପଣ୍ଡିଆନ ଓ ତରୁଣ ବିଧାୟକ ପ୍ରଣବ ପ୍ରକାଶ ଦାସ । ବିଜୁ ଜନତା ଦଳରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି ଯେକି କିଛି କାର୍ୟ୍ୟ ନକରି ବାହସ୍ପଟ ମାରି ଶ୍ରେୟ ନେବାକୁ ଚେଷ୍ଟାକରନ୍ତି । କିନ୍ତୁ ଏହି ଦୁଇ ନାୟକ ପରଦା ପଛରେ ରହି ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇଥିବା କାର୍ୟ୍ୟକ୍ରମର ଆୟୋଜନ ଓ ପରିଚାଳନା କରି ମଧ୍ୟ ଏତେ ବଡ ଶ୍ରେୟ ଠାରୁ ନିଜକୁ ଦୂରରେ ରଖିଛନ୍ତି । ଦଳ ପାଇଁ ଦୀର୍ଘ ଦିନଧରି ନିଷ୍ଠାପର ଓ ନିର୍ସ୍ୱାର୍ଥପର ଭାବେ ଏହି ଦୁଇ ନାୟକ ଏଯାବତ କାର୍ୟ୍ୟ କରିଚାଲିଛନ୍ତି ।

Related posts

ଇଣ୍ଡିଆର ସଭାପତି ଭାବେ ଦିଲୀପ ତିର୍କୀ ଦାୟିତ୍ୱ ନେବା ପରେ ହକିର ବିକାଶ ପାଇଁ ବଡ଼ବଡ଼ ପଦକ୍ଷେପ ନିଆଯାଉଛି

Odisha Sports Bureau

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ

Odisha Sports Bureau

ଲଣ୍ଡନରେ ଆୟୋଜିତ ବିଶ୍ୱ ପର୍ଯ୍ୟଟନ ମେଳାରେ ଓଡ଼ିଶା ବିଶ୍ୱକପ୍ ର ପ୍ରଚାର

Odisha Sports Bureau