(ଓଡିଶା ସ୍ପୋର୍ଟ): ଦବଙ୍ଗ ଦିଲ୍ଲୀ ବୁଧବାର ଦିନ ପ୍ରୋ କବାଡି ଲିଗ(ପୀକେଏଲ) ପଷ୍ଠ ସିରିଜରେ ବେଙ୍ଗଲୁୁର ବ୍ଲୁ କୁ ପରାସ୍ତ କରିଛି । ଏହି ରୋମାଞ୍ଚକର ମୁୁକାବିଲାରେ ଦିଲ୍ଲୀ ଗୋଟିଏ ଅଙ୍କ ଅନ୍ତରରେ ବିଜୟ ପତାକା ଉଡାଇଥିଲା । ଫାଇନାଲ ମୁକାବିଲା ୩୨-୩୧ରେ ଦିଲ୍ଲୀ ଦବଙ୍ଗ ପକ୍ଷରେ ରହିଥିଲା । ଦିଲ୍ଲୀ ମ୍ୟାଚର ଆରମ୍ଭରୁ ଭଲ ଖେଳ ଖେଳିଥିଲା ଏବଂ ଅଧିକତର ସମୟ ବେଙ୍ଗଲୁରକୁ ପଛରେ ପକାଇଥିଲା । ୧୦ ମିନିଟ୍ ମଧ୍ୟରେ ଦିଲ୍ଲୀ ଟିମ୍ ବାଙ୍ଗଲୁର ଉପରେ ୧୦-୬ରେ ଆଗୁଆ ରହିଥିଲା । ବେଙ୍ଗଲୁର ପ୍ରଥମ ହାଫ୍ ରେ ମେଜବାନ୍ ଟମ୍ ର ବରାବରି କରିପାରି ନ ଥିଲା ଏବଂ ଦିଲ୍ଲୀ ଦ୍ୱିତୀୟ ହାଫରେ ୧୪- ୧୦ର ସ୍କୋର ସହିତ ଯାଇଥିଲା । ବେଙ୍ଗଲୁର ଦ୍ୱିତୀୟ ହାଫରେ ଅଙ୍କର ଅନ୍ତରକୁ ପାର କରିବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ଦିଲ୍ଲୀ ୩୦ ମିନିଟରେ ୨୭-୧୮ ଅଙ୍କ ବଢାଇ ନେଇଥିଲା ।
ଶେଷ ସମୟରେ ବେଙ୍ଗଲୁର ନିଜର ଅଙ୍କକୁ ବାଣ୍ଟିଥିଲା ଏବଂ ୩୬ ମିନିଟ୍ ରେ ସ୍କୋର ୨୫-୩୧ କରିନେଇଥିଲା । ଦିଲ୍ଲୀ ରୋହିତ କୁମାର ରେଡ୍ କୁ ଅସଫଳ କରି ସ୍କୋର ୩୨-୨୫ କରିଥିଲା । ଏଠାରେ ବେଙ୍ଗଲୁୁର ଲଗାତର ୬ ଅଙ୍କ ନେଇ ଦିଲ୍ଲୀକୁ ଚିନ୍ତାରେ ପକାଇଦେଇଥିଲା । କିନ୍ତୁ ଶେଷ ରେଡ୍ ଦିଲ୍ଲୀ ଭାଗରେ ଆସିଥିଲା ଏବଂ ମିରାଜ ଶେଖ ଏଥିରୁ କେବଳ ସମୟ ବାହାର କରି ନିଜ ଟିମ୍ ପାଇଁ ଏକ ଅଙ୍କର ମାମୁଲି ଅନ୍ତରରେ ଜିତାଇଥିଲେ ।