Cricket

୯ ରାଜ୍ୟର ଖେଳାଳି ଆଇପିଏଲରେ କଲେ ପଞ୍ଜିକରଣ

(ଓଡିଶା ସ୍ପୋର୍ଟ): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୧୯ ସଂସ୍କରଣର ନିଲାମ ଚଳିତ ମାସ ୧୮ ତାରିଖରେ ଜୟପୁରଠାରେ ଆୟୋଜିତ ହେବ ବୋଲି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ନିଲାମ ମାତ୍ର ଗୋଟିଏ ଦିନ ହେବ ଏବଂ ବେଙ୍ଗାଲୁରୁରୁ ଜୟପୁର ସ୍ଥାନାନ୍ତରିତ ହୋଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଏଥିପାଇଁ ମଙ୍ଗଳବାର ପଞ୍ଜୀକରଣର ସମୟସୀମା ଶେଷ ହୋଇଥିଲା ବେଳେ ୧୦୦୦ରୁ ଅଧିକ ଖେଳାଳି ପଞ୍ଜିକୃତ ହୋଇଛନ୍ତି। ସେଥିରେ ୨୩୨ ବିଦେଶୀ ଖେଳାଳି ସାମିଲ ହୋଇଛନ୍ତି। ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ୯ ରାଜ୍ୟରୁ ଖେଳାଳିମାନେ ପଞ୍ଜିକରଣ କରିଛନ୍ତି। ୮ ଦଳ ମୋଟ ଉପରେ ଏହି ନିଲାମରେ ୧୪୫.୨୫ କୋଟି ଟଙ୍କା ଖର୍ଚ୍ଚ କରିପାରିବେ। ଦଳ ଗୁଡ଼ିକ ୨୦୧୮ ନିଲାମର କିଛି ଖେଳାଳିଙ୍କୁ ପାଖରେ ରଖିଥିଲା ବେଳେ କିଛି ଖେଳାଳିଙ୍କୁ ଛାଡ଼ି ଦେଇଛନ୍ତି। ଦଳଗୁଡ଼ିକ ଛାଡ଼ିଥିବା ଖେଳାଳିମାନେ ଏହି ନିଲାମରେ ଭାଗନେବେ। ବଡ଼ ତାରକାଙ୍କ ମଧ୍ୟରେ ଯୁବରାଜ ସିଂହ (କିଙ୍ଗ୍ସ ଇଲେଭେନ୍ ପଞ୍ଜାବ), ଗୌତମ ଗମ୍ଭୀର (ଦିଲ୍ଲୀ ଡେୟାର ଡେଭିଲ୍ସ), ଜୟଦେବ ଉନାଦକଟ (ରାଜସ୍ଥାନ ରୟାଲ୍ସ), ରିଦ୍ଦିମାନ ସାହା, କାର୍ଲୋସ ବ୍ରାଥୱେଟ୍ (ରାଜସ୍ଥାନ ରୟାଲ୍ସ), ଜେପି ଡୁମିନି, ପାଟ୍ କମିନ୍ସ, ମୁସ୍ତାଫିଜୁର ରହମାନ (ମୁମ୍ବାଇ ଇଣ୍ଡିଆନ୍ସ) ରହିଛନ୍ତି।

Related posts

ଦ୍ୱିତୀୟ ଦିନିକିଆ, ଭାରତ ୨୫୦ରନରେ ଅଲଆଉଟ

ଆଇପିଏଲ ୨୦୨୩ରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ

Odisha Sports Bureau

ଦୁଇ ଦିନ ବିଳମ୍ବରେ ଆରମ୍ଭ ହେବ IPL

Odisha Sports Bureau