Uncategorized

୨ୟ ଟେଷ୍ଟ ଖେଳିବେ ଭାରତର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ

(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟରେ ଚମକପ୍ରଦ ବିଜୟ ପରେ ଭାରତୀୟ ଟିମକୁ ପୁଣି ଏକ ଭଲ ଖବର ଆସିଛି । ଭାରତର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଓ ଡିସେମ୍ବର ୧୪ରୁ ଆରମ୍ଭ ହେଉଥିବା ୨ୟ ଟେଷ୍ଟ ଖେଳି ପାରନ୍ତି । ଟେଷ୍ଟ ପୂର୍ବରୁ ଫିଟନେଓ ହାସଲ କରିବା ପାଇର୍ ପୃଥ୍ୱୀ ଶାରୀରିକ ପରିଶ୍ରମ ଆରମ୍ଭ କରି ଦେଇଛନ୍ତି ।
ଗତ ମାସରେ କ୍ରିକେଟ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ ସମୟରେ ୧୯ ବର୍ଷିଅ ପୃଥ୍ୱୀ ସାମାନ୍ୟ ଆଘାତ ପାଇଥିଲେ । ଏହି କାରଣରୁ ତାଙ୍କୁ ପ୍ରଥମ ଟେଷ୍ଟରେ ଭାରତୀୟ ଟିମରେ ଖେଳିବାକୁ ସୁଯୋଗ ମିଳି ନଥିଲା । ମୁମ୍ବାଇର ଏହି ଯୁବ କ୍ରିକେଟର ପ୍ରଥମ ଟେଷ୍ଟର ୫ ଓଭର ଏବଂ ଶେଷ ଦିନର ଖେଳ ଆରମ୍ଭରେ ଆଡିଲେଡ ଓଭାଲରେ ଦୌଡୁଥିବା ଦେଖାଯାଇଥିଲା ।

ଗତ ଅକ୍ଟୋବରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପଦାର୍ପଣ କରି ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଥିବା ପୃଥ୍ୱୀ କିଛି ଦିନ ତଳେ ଅଭ୍ୟାସ ସମୟରେ ପଡି ଯିବାରୁ ଆହତ ହୋଇଥିଲେ । ପୃଥ୍ୱୀ ପର୍ଥରେ ୨ୟ ଟେଷ୍ଟ ଖେଳିବା ଆଶା କମ ଥିବା ବେଳେ ଡିସେମ୍ବର ୨୬ରେ ମେଲବୋର୍ଣ୍ଣରେ ଖେଳିବା ଏକ ପ୍ରକାର ଆଶା କରାଯାଉଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ପଦାର୍ପଣ କରି ଟେଷ୍ଟ ମ୍ୟାଚରେ ୧୩୪ ରନ ଇନିଂସ ଖେଳିଥିଲେ ପୃଥ୍ୱୀ । ଏଥି ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଥିଲା । ପଦାର୍ପଣ ଟେଷ୍ଟରେ ଶତକ ହାସଲ କରି ସବୁଠାରୁ ଯୁବ ଭାରତୀୟ କ୍ରିକେଟ ହୋଇଯାଇଥିଲେ ପୃଥ୍ୱୀ । ୱେଷ୍ଟଇଣ୍ଡିଜରେ ସେ ୭୦ ରନ ଏବଂ ୩୩ ରନ ମଧ୍ୟ ଯୋଡ଼ିଥିଲେ ।

Related posts

ରାଜଧାନୀର ଜଣାଶୁଣା ଆବାସିକ କମ୍ପେ୍ଲକ୍ସ ‘ଜେଡ଼୍ ୱାନ୍‌’ ପରିସରରେ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ କ୍ରୀଡ଼ା ପରିସର ‘କ୍ଳବ ଅମ୍ବର’ ଉଦ୍‌ଘାଟିତ

ଆହତ ହେଲେ କର୍ଣ୍ଣାଟକର ଟ୍ରିପଲ ଜମ୍ପର ଅଖିଲେଶ

ଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ  ସୁପରଜ୍ୟାଣ୍ଟସ

Odisha Sports Bureau