Hockey

ଓଡ଼ିଶା ପୁରୁଷ ହକି ବିଶ୍ୱକପ ସେମିଫାଇନାଲ

(ଓଡିଶା ସ୍ପୋର୍ଟ): ଆଜି ଚତୁର୍ଦ୍ଦଶ ଓଡ଼ିଶା ପୁରୁଷ ହକି ବିଶ୍ୱକପ ପ୍ରଥମ ସେମିରେ ଶକ୍ତିଶାଳୀ ବେଲଜିୟମକୁ ଭେଟିବ ଇଂଲଣ୍ଡ । ଦିନ ୪ଟାରେ ମ୍ୟାଚ ଖେଳାଯିବ । କ୍ୱାର୍ଟର ଫାଇନାଲ୍ରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ଭାବେ ସେମିରେ ପ୍ରବେଶ କରିଛି ଇଂଲଣ୍ଡ । ସେହିପରି ଜର୍ମାନୀକୁ ୨-୧ ଗୋଲରେ ହରାଇ ତୃତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି ବେଲଜିୟମ୍ । ଉଭୟ ଦଳ ଦମଦାର ଫର୍ମରେ ଅଛନ୍ତି । ତେଣୁ ଫାଇନାଲରେ ପହଞ୍ଚିବାକୁ ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ । ସେପଟେ ଦ୍ୱିତୀୟ ସେମିରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମୁକାବିଲା ହେବ । କ୍ୱାର୍ଟର ଫାଇନାଲରେ ଆୟୋଜକ ଭାରତକୁ ୨-୧ ଗୋଲ୍ରେ ପରାସ୍ତ କରି ସେମିରେ ପ୍ରବେଶ କରିଛି ନେଦରଲ୍ୟାଣ୍ଡସ୍ । ସେହିପରି ଏକତରଫା ମ୍ୟାଚରେ ଫ୍ରାନ୍ସକୁ ୩-୦ ଗୋଲରେ ହରାଇ ସେମି ଫାଇନାଲରେ ଏଣ୍ଟ୍ରି ମାରିଛି କଙ୍ଗାରୁ ବାହିନୀ । ସଂଧ୍ୟା ୬ଟା ୩୦ ମିନିଟରେ ମୁକାବିଲା ହେବ ।

ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ବିଶ୍ୱକପରେ ୧୦ ଥର ମୁହାଁମୁହିଁ ହୋଇଛନ୍ତି । କଙ୍ଗାରୁ ଦଳ ୬ ଥର ଓ ନେଦରଲାଣ୍ଡ ୪ ଥର ବିଜୟୀ ହୋଇଛି । ୨୦୧୪ ବିଶ୍ୱକପରେ ଦୁଇଦଳ ମଧ୍ୟରେ ଟାଇଟଲ ଲଢେଇ ହୋଇଥିଲା ଓ ଏଥିରେ ଅଷ୍ଟ୍ରେଲିଆ ବାଜିମାତ କରିଥିଲା । ସେହିପରି ୨୦୧୦ର ଟାଇଟାଲ ମଧ୍ୟ ଅଷ୍ଟ୍ରେଲିଆ ହାତକୁ ଯାଇଥିଲା । ତେଣୁ ଅଷ୍ଟ୍ରେଲିଆ ହାଟ୍ରିକ୍ କରିବାକୁ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ବିଶ୍ୱ ମାନ୍ୟତାର ୧ ନମ୍ବର ରହିଥିବାବେଳେ ନେଦରଲ୍ୟାଣ୍ଡ ୪ର୍ଥ ସ୍ଥାନରେ ରହିଛି ।

Related posts

ଅଲମ୍ପିକ ଟେଷ୍ଟ ଇଭେଣ୍ଟ : ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତୀୟ ମହିଳା ହକି ଟିମ

Odisha Sports Bureau

ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ, ଚୀନ-ଆୟର୍ଲାଣ୍ଡ୍ ମୁହାଁ ମୁହିଁ

Odisha Sports Bureau

କନିଷ୍ଠ ମହିଳା ଏସିଆ କପ୍‌ ହକି ସେମିଫାଇନାଲ୍‌ରେ ପ୍ରବେଶ କରିଛି ଭାରତ