Tennis

କଳିଙ୍ଗ ଷ୍ଟାଡ଼ିୟମରେ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଉଦଯାପିତ

(ଓଡିଶା ସ୍ପୋର୍ଟ): ତିନି ଦିନ ଧରି ଚାଲିଥିବା ଅଲ୍ ଓଡ଼ିଶା ନାଲକୋ ଓପନ୍ ଟେନିସ୍ କଳିଙ୍ଗ ଷ୍ଟାଡ଼ିୟମ୍ରେ ଉଦ୍ୟାପିତ ହୋଇଯାଇଛି। ଏଥିରେ ୧୨ବର୍ଷରୁ କମ୍ ବାଳକ ବର୍ଗରେ ଦେବାଶିଷ ସାହୁ, ୧୬ବର୍ଷରୁ କମ୍ ବାଳକ ବର୍ଗରେ ଅଭିଷେକ ମହାପାତ୍ର ଓ ୧୪ବର୍ଷରୁ କମ୍ ବାଳିକା ବର୍ଗରେ ଦୀକ୍ଷା ରାଉତ ଚାମ୍ପିଅନ୍ ହୋଇଛନ୍ତି।

ସେହିପରି ମହିଳା ଏକକ ବର୍ଗରେ ଭାର୍ଗବୀ କାଲଗା ଓ ପୁରୁଷ ଏକକ ବର୍ଗରେ ଅଶୁଂ ଭୂୟାଁ ଚାମ୍ପିଅନ ହୋଇଛନ୍ତି। ପୁରୁଷ ଡବଲ୍ସ ଇଭେଣ୍ଟରେ କବିର ହଂସ ଏବଂ ଜୟ ନିଶାଙ୍କ ଯୋଡ଼ି ଚାମ୍ପିଅନ୍ ହୋଇଛନ୍ତି।

୪୦ବର୍ଷରୁ ଊର୍ଦ୍ଧ୍ୱ ଭେଟାରନ୍ ଡବଲ୍ସରେ ବିବେକ ତିବରଓ୍ୱାଲ ଓ ପ୍ରଶାନ୍ତ ପାତ୍ର, ୫୦ ବର୍ଷରୁ ଊର୍ଦ୍ଧ୍ୱ ଡବଲ୍ସ ଇଭେଣ୍ଟେରେ ଚୋଇ ଜେ.ଏଚ୍. ଏବଂ ସରୋଜ କୁମାର ଦାଶ ମହାପାତ୍ର ବିଜୟୀ ହୋଇଛନ୍ତି। ସେହିପରି ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ଜେ. ଗନ୍ତା ଓ ପ୍ରମୋଜ କୁମାର ପଟ୍ଟନାୟକ ଯୋଡ଼ି ଚମ୍ପିଅନ୍ ହୋଇଛନ୍ତି।
ଉଦ୍ୟାପନୀ ଉତ୍ସବରେ ନାଲୋକ ସିଏମ୍ଡି ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

Related posts

ରାକେଟ୍ ଭାଙ୍ଗିବା ଘଟଣାରେ ଜୋକୋଭିକଙ୍କୁ ଜରିମାନା

Odisha Sports Bureau

ଅଷ୍ଟ୍ରେଲିଆନ୍ ଓପନ: ତୃତୀୟ ରାଉଣ୍ଡରୁ ବିଦାୟ ନେଲେ ସିମୋନା ହାଲେପ୍

Odisha Sports Bureau

ବେକରଙ୍କ ଟ୍ରଫି ନିଲାମରୁ ୫.୮୫ କୋଟି