Cricket

ଆଜି ଭୁବନେଶ୍ୱର କନିଷ୍ଠ କ୍ରିକେଟ୍ ଲିଗ ଫାଇନାଲ ମ୍ୟାଚ୍,ଫାଇନାଲରେ ସହିଦ ସ୍ପୋର୍ଟିଂ

(ଓଡିଶା ସ୍ପୋର୍ଟ): ଭୁବନେଶ୍ୱର କନିଷ୍ଠ (୧୬ ବର୍ଷରୁ କମ୍) କ୍ରିକେଟ୍ ଲିଗ୍ ଫାଇନାଲ୍ ମ୍ୟାଚ୍ ବୁଧବାର ଖେଳାଯିବ । ଏହାକୁ ପ୍ରଗତି ସ୍ପୋଟିଂ ଆୟୋଜିତ କରିଛି । ମଙ୍ଗଳବାର ସେମିଫାଇନାଲ୍ରେ ରାମେଶ୍ବର ସ୍ପୋର୍ଟିଂ ଏବଂ ସହିଦ ସ୍ପୋର୍ଟିଂ ମୁହାଁମୁହିଁ ହେବେ। ସହିଦ ସ୍ପୋର୍ଟିଂ ୬୯ ରନ୍ ଟାଉନ୍ କ୍ଲବ୍କୁ ହରାଇ ଦ୍ବିତୀୟ ଦଳ ଭାବେ ଫାଇନାଲ୍  ପ୍ରବେଶ କରିଛି। ସହିଦ ସ୍ପୋର୍ଟିଂ ଟସ୍ ଜିତି ନିର୍ଧାରିତ ୪୦ ଓଭରରେ ୭ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା। ପ୍ରିୟବ୍ରତ ଦାସ (୭୭) ଅର୍ଧଶତକ ଏବଂ ସୌମିତ୍ର ବିଶ୍ବାଳ ୪୦ ରନ୍ କରିଥିଲେ। ନିହାଲ ସିଂହ ୨ ୱିକେଟ୍ ନେଇଥିଲେ। ଜବାବରେ ଟାଉନ୍ କ୍ଲବ୍ ୩୬.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୨ ରନ୍ କରିପାରିଥିଲା। ସାଗର ମଲ୍ଲିକ ୩୪ ଓ ଆୟନ ମାଣ୍ଡିଆ ୨୮ ରନ୍ କରିଥିଲେ। ଅଲ୍ରାଉଣ୍ଡ୍ ପଦର୍ଶନ ପାଇଁ ସୌମିତ୍ର ବିଶ୍ବାଳଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

Related posts

ଆଇପିଏଲକୁ ଫେରିଲା ସୁପର ଜିଆଣ୍ଟ୍ସ

Odisha Sports Bureau

ତିନି ଜଣ କ୍ରିକେଟର ଏକାସଙ୍ଗେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ କାନ୍ଦି କାନ୍ଦି ବିଦାୟ ଦେଲେ…

ସ୍ମୃତି ମନ୍ଧାନାଙ୍କୁ ୩କୋଟି ୪୦ ଲକ୍ଷରେ କିଣିଲା ଆରସିବି

Odisha Sports Bureau