Cricket

ଟିମ ଇଣ୍ଡିଆ ପାଇଁ ୧୧୬ ରନ୍ ରହିଛି ବିଜୟ ଲକ୍ଷ୍ୟ

ହରାରେ: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି ଟିମ ଇଣ୍ଡିଆ । ଶୁବମନ ଗିଲଙ୍କ କ୍ୟାପ୍ଟେନ୍ସିରେ ପ୍ରଥମଥର ପାଇଁ ମୈଦାନାକୁ ଓହ୍ଲାଇଛ ଭାରତୀୟ ଦଳ । ଏହି ମ୍ୟାଚ ହରାରେର ସ୍ପୋର୍ଟସ୍ କ୍ଲବ୍ଠାରେ ଖେଳାଯାଉଛି। ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଜିମ୍ବାୱେ ଦଳ ଅଧିନାୟକ ସିକନ୍ଦର ରଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଧାର୍ୟ୍ୟ ୨୦ ଓଭରରେ ଜିମ୍ବାୱେ ଦଳ ୯ ୱିକେଟ ହରାଇ ୧୧୫ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୧୬ରନ୍ ରହିଛି।
ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେର୍ ୨୧ ରନ୍ କରିଥିବାବେଳେ ବ୍ରାଏନ୍ ବେନେଟ୍ ୨୩ ରନ୍ କରିଥିଲେ। ସେହିପରି ସିକନ୍ଦର ରଜା ୧୭ , ଡିଅନ୍ ମାୟର୍ସ ୨୩, କ୍ଲିଭ ମାଡାଣ୍ଡେ ୨୯ , ଲୁକ ଜୋଙ୍ଗୱେ ୧ ରନ୍ କରିଥିଲେ। ସେହିପରି ୪ ଜଣ ବ୍ୟାଟ୍ସ ମ୍ୟାନ୍ କୌଣସି ରନ୍ ନ କରି ପାଭିଲିୟନ ଫେରିଥିଲେ।

Related posts

ଆଜି ଭାରତ-ଅଷ୍ଟ୍ରେଲିଆ ମହାମୁକାବିଲା

ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଓଡ଼ିଆ ପୁଅ

Odisha Sports Bureau

‘ଭାରତ ମାଟ୍ରିମୋନି’ ର ବ୍ରାଣ୍ଡ ଆମ୍ବାସାଡର ହେଲେ ମହେନ୍ଦ୍ର ସିଂ ଧୋନୀ

Odisha Sports Bureau