Cricket

ବାରାଣସୀରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ କରିବେ ଶିଳାନ୍ୟାସ

ବାରାଣସୀ: ବାରାଣସୀ ଗଞ୍ଜାରୀରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମ୍ ପାଇଁ ୪୫୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଶିଳାନ୍ୟାସ କରିବେ । ଗଞ୍ଜାରୀରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମ ସବୁଠୁ ନିଆରା ହେବ । କାରଣ ଭଗବାନ ଶିବଙ୍କ ସହ ଜଡିତ ବସ୍ତୁକୁ ନେଇ ଷ୍ଟାଡିୟମର ଥିମ୍ ପ୍ରସ୍ତୁତ କରାଯିବ ।
ଷ୍ଟାଡିୟମର ବାହାରେ ଦେଖିବାକୁ ମିଳିବ ବିଶାଳ ତ୍ରିଶୂଳ । ଏଥିରେ ଫ୍ଲଡ ଲାଇଟ୍ ଲଗାଯିବ । ଷ୍ଟାଡିୟମର ମୁଖ୍ୟ ବିଲ୍ଡିଙ୍ଗକୁ ଶିବଙ୍କ ଡମ୍ବରୁ ଆକାରର ନିର୍ମାଣ କରାଯିବ । ସେହିପରି ଷ୍ଟାଡିୟମର ପ୍ରବେଶ ଦ୍ୱାରକୁ ବେଲପତ୍ର ଅକାରରେ ତିଆରି କରାଯିବ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ସଚ୍ଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର ଓ ଅନ୍ୟ ଖେଳାଳି ।

Related posts

ଅଷ୍ଟ୍ରେଲୀୟ ଖେଳାଳିଙ୍କ ଲଜ୍ଜାଜନକ କାର୍ଯ୍ୟ ଦଳ ପତନର କାରଣ ; ଯାହା ଏତେ ଭୟଙ୍କର ହୋଇଗଲା

Odisha Sports Bureau

ନୀଲ ଗାଭାସ୍କର ଏକ ମିଡିଆରେ ସାକ୍ଷାତକରରେ କହିଛନ୍ତି ସତ କହିବାକୁ ଗଲେ ରୋହିତକୁ ଏକ ବିରତି ନେବା ଉଚିତ

Odisha Sports Bureau

ଜାଣନ୍ତୁ ଜବାହରଲାଲ ନେହେରୁ ଷ୍ଟାଡିୟମ ପୁନଃବିକାଶ ଯୋଜନା ବିଷୟରେ

Odisha Sports Bureau