More Sports

ଜୟପୁରକୁ ହରାଇ ପ୍ଳେ-ଅଫରେ ବେଙ୍ଗାଲୁର ବୁଲ୍ସ

(ଓଡିଶା ସ୍ପୋର୍ଟ): ପଓ୍ବନ ଶେରାଓ୍ବତଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ବେଙ୍ଗାଲୁରୁ ବୁଲ୍ସ ଚଳିତ ପ୍ରୋ କବାଡି ଲିଗ୍ (ପିକେଏଲ)ର ପ୍ଲେ-ଅଫ୍ ପର୍ୟ୍ୟାୟରେ ପ୍ରବେଶ କରିଛି। ଗୁରୁବାର ଏଠାରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ଜୟପୁର ପିଙ୍କ ପାନ୍ଥର୍ସକୁ ୪୦-୩୨ ପଏଣ୍ଟରେ ପରାସ୍ତ କରି ବେଙ୍ଗାଲୁରୁ ଦଳ ଜୋନ ବି’ରେ ଶୀର୍ଷ ସ୍ଥାନ ଅଧିକାର କରିଛି।ବେଙ୍ଗାଲୁରୁ ବୁଲ୍ସ ଦଳ କ୍ୱାଲିଫାୟରରେ ଗୁଜରାଟକୁ ଭେଟିବ। ବିଜୟୀ ଦଳ ପାଇଁ ଶେରାଓ୍ବତ ସର୍ବାଧିକ ୧୬ ପଏଣ୍ଟ ଅର୍ଜନ କରିଥିଲେ। ଏହାକୁ ମିଶାଇ ଚଳିତ ପ୍ରତିଯୋଗିତାରେ ସେ ୧୧ଥର ଏକ ମ୍ୟାଚ୍ରେ ୧୦ରୁ ଊର୍ଦ୍ଧ୍ୱ ପଏଣ୍ଟ ହାସଲ କରିଛନ୍ତି। ସେ ଏବେ ଲିଗ୍ରେ ସର୍ବାଧିକ ରାଇଡର୍ସ ପଏଣ୍ଟ ପାଇଥିବା ତାଲିକାରେ ୨୩୬ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି।

Related posts

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

Odisha Sports Bureau

ଦୋହା ୱାର୍ଲଡ ଚମ୍ପିଆନସିପ୍ରେ ଭାଗ ନେବେ ନାହିଁ ତେଜଶ୍ୱିନ

Odisha Sports Bureau

ଦୋହା ଏସିଆନ ଆଥଲେଟିକ୍ ଚାମ୍ପିଅନଶିପରେ ଦୂତିଙ୍କ ରେକର୍ଡ଼

Odisha Sports Bureau