Cricket

ଭାରତ ୧୩ ଟି ଦିନିକିଆ ମ୍ୟାଚ୍ ଖେଳିବ

(ଓଡିଶା ସ୍ପୋର୍ଟ): ଭାରତୀୟ ଟିମ ୨୦୧୯ ଆରମ୍ଭରେ ଟେଷ୍ଟ ମ୍ୟାଚ୍ ଖେଳିବା ଜାରି ରଖି ଥିବା ବେଳେ କ୍ରିକେଟପ୍ରେମୀଙ୍କ ନଜର ଏବେ ଠାରୁ ବିଶ୍ୱକପ ଉପରେ ରହିଛ । ବିଶ୍ୱକପ ଆଗାମୀ ମେ’ ମାସ ୩୦ରୁ ଇଂଲଣ୍ଡରେ ଖେଳାଯିବ । ଏହା ପୂର୍ବରୁ ଭାରତ ଅତି କମରେ ଗୋଟିଏ ଟେଷ୍ଟ ମ୍ୟାଚ ଏବଂ ୧୩ଟି ଦିନିକିଆ ମ୍ୟାଚ ଖେଳିବ । ଅଷ୍ଟ୍ରେଲିଆ ବିପକ୍ଷରେ ୪ର୍ଥ ଟେଷ୍ଟ ମ୍ୟାଚ ଆଗାମୀ ଜାନୁଆରୀ ୩ରେ ସିଡିନିରେ ଖେଳିବ । ଭାରତ ବର୍ତ୍ତମାନ ପର୍ୟ୍ୟନ୍ତ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ରହିଛି । ଟେଷ୍ଟ ଶୃଙ୍ଖଲା ପରେ ଉଭୟ ଟିମ ଜାନୁଆରୀ ୧୨ରୁ ଦିନିକିଆ ଶୃଙ୍ଖଳା ଖେଳିବେ ।

ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଖେଳିବେ । ବିରାଟ କୋହଲି ଭାରତୀୟ ଟିମର ଅଧିନାୟକ ପଦ ତୁଲାଇବେ । ଧୋନୀଙ୍କ ଏହା ହେବ ଶେଷ ବିଶ୍ୱକପ । ଧୋନୀଙ୍କ ବ୍ୟାଟରୁ ପୂର୍ବଭଳି ରନ ମିଳୁ ନାହିଁ । ମାତ୍ର ଧୋନୀ ଜଣେ ଅଭିଜ୍ଞତା ସପନ୍ନ ଖେଳାଳି ହୋଇଥିବାରୁ ବିପରିତ ଦଳର ଖେଳାଳି ଭୟ କରିଥାନ୍ତି । ବିରାଟ ବର୍ତ୍ତମାନ ସମୟରେ ବିଶ୍ୱର ଶକ୍ତିଶାଳୀ ଏବଂ ଲୋକପ୍ରିୟ ବ୍ୟାଟ୍ସମ୍ୟାନ ।

ମାର୍ଚ୍ଚ ୩ୟ ସପ୍ତାହରୁ ମେ’ ମାସ ଶେଷ ପର୍ୟ୍ୟନ୍ତ ଭାରତର କୌଣସି ଅର୍ନ୍ତଜାତୀୟ ମ୍ୟାଚ ପ୍ରସ୍ତାବିତ ହୋଇ ନାହିଁ । କୁହାଯାଉଛି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ସମୟ ଆଇପିଏଲ (ଇଣ୍ଡିଆନ ପ୍ରିମିୟର ଲିଗ)ରେ ବ୍ୟବହାର କରାଯିବ । ମାତ୍ର ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଏପର୍ୟ୍ୟନ୍ତ ଏବାବଦରେ କିଛି କହି ନାହାନ୍ତି ।

Related posts

ଏସିଆ କପ୍ ୨୦୨୩ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ

Odisha Sports Bureau

ଆଇପିଏଲରୁ ଅବସର ନେଇ ଧୋନିଙ୍କ ବଡ ବୟାନ…

Odisha Sports Bureau

ବିରାଟ କୋହଲିଙ୍କୁ ନିଜ ଜ୍ବାଇଁ କହି ଚର୍ଚ୍ଚାରେ ଶାହରୁଖ

Odisha Sports Bureau