Football

ମୋହନ ବାଗାନକୁ ହରାଇ ରିୟଲ କଶ୍ମୀର କ୍ଲବ ୨-୧ରେ ବିଜୟୀ

(ଓଡିଶା ସ୍ପୋର୍ଟ): ଚଳିତ ଆଇ ଲିଗ୍ ଫୁଟବଲ ଟୁର୍ନାମେଣ୍ଟରେ ରବିବାର ବୃହତ୍ ବିପର୍ୟ୍ୟୟ ଘଟିଛି। ଲିଗ୍ ରେ ପଦାର୍ପଣ କରିଥିବା ରିୟଲ କଶ୍ମୀର କ୍ଲବ ୨-୧ ଗୋଲରେ ଦେଶର ଅନ୍ୟତମ ସଫଳ ଫୁଟବଲ କ୍ଲବ ମୋହନ ବାଗାନକୁ ହରାଇ ଦେଇଛି। ଏହି ବିଜୟ ସହ ଦଳ ତା’ର ଟାଇଟଲ ଜିତିବା ଆଶା ଉଜ୍ଜୀବିତ ରଖିଛି। ଦଳ ଲାଗି ମାସନ ରବର୍ଟସନ ଦୁଇଟି (୩୩ତମ ଓ ୭୪ତମ ମିନିଟ୍) ଗୋଲ ଦେଇଥିଲେ। ଘରୋଇ ଦଳ ମୋହନ ବାଗାନ ପକ୍ଷରୁ ସୋନି ନୋର୍ଡେ ଏକମାତ୍ର (୪୨ତମ) ଗୋଲ ଦେଇଥିଲେ। ଚଳିତ ସିଜନରେ ଏହା ରିୟଲ କଶ୍ମୀର ଦଳର ୬ଷ୍ଠ ବିଜୟ। ଏଥିଯୋଗୁ ଦଳ ୧୧ ମ୍ୟାଚ୍ ରୁ ୨୧ ପଏଣ୍ଟ ସହ ଅଙ୍କ ତାଲିକାରେ ନେରୋକା ଏଫ୍ସିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପୂର୍ବତନ ଚାମ୍ପିୟନ କ୍ଲବ କ୍ରମାଗତ ୨ୟ ପରାଜୟ ସହ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନକୁ ଖସିଛି। ଦଳ ଏ ପର୍ୟ୍ୟନ୍ତ ୧୧ ମ୍ୟାଚ୍ ଖେଳି ୪ ବିଜୟ ସହ ୧୫ ପଏଣ୍ଟ ଅର୍ଜନ କରିଛି। ଏହି ପରାଜୟ ପରେ ମୋହନ ବାଗାନ କୋଚ୍ ଶଙ୍କରଲାଲ ଚକ୍ରବର୍ତ୍ତୀ ପଦରୁ ଇସ୍ତଫା ଦେଇଛନ୍ତି। କ୍ଲବ କର୍ମକର୍ତ୍ତାଙ୍କୁ ମୋ ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦେଇଛି। ମୋର କ୍ଲବ ସହ ଜଡ଼ିତ ରହିବାର ଇଚ୍ଛା ନାହିଁ। ଏହା ଏବେ କ୍ଲବ ଉପରେ ନିର୍ଭର କରେ ବୋଲି ଚକ୍ରବର୍ତ୍ତୀ ମ୍ୟାଚ୍ ପରେ କହିଛନ୍ତି।

Related posts

ଯଦି ଆମେରିକା ଫିଫା ବିଶ୍ୱକପ୍ ଜିତିଯାଏ, ତେବେ ଚନ୍ଦ୍ରରେ ଫୁଟବଲ୍ ଖେଳାଯିବ!

ବୁନ୍ଦେସ୍ଲିଗା: ମେନଜ୍ ସମାନତା ପାଇଁ କୋଲନଙ୍କୁ ଧରି ରଖିଛନ୍ତି, ମ୍ୟାଚ୍ ୨-୧ରେ ଡ୍ର ରହିଛି

୫ରୁ ଭୁବନେଶ୍ୱରରେ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

Odisha Sports Bureau