Cricket

ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ

(ଓଡିଶା ସ୍ପୋର୍ଟ): ଶନିବାର ସ୍ଥାନୀୟ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଦିନିକିଆ ଆନ୍ତର୍ଜାତିକରେ ୩୪ ରନ୍ରେ ହାରିଗଲା ଟିମ୍ ଇଣ୍ଡିଆ । ବ୍ୟାଟ୍ସମ୍ୟାନ ରୋହିତ୍ ଶର୍ମାଙ୍କ ଶତକ ସତ୍ତ୍ୱେ ଭାରତୀୟ କ୍ରିକେଟ ଦଳ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ୍ ହରାଇ ୨୮୮ ରନ କରିଥିଲା। ଓପନର୍ ରୋହିତ୍ ଶର୍ମା ୧୨୯ ବଲରୁ ୧୩୩ ରନର (୧୦ ଚୌକା, ୬ ଛକା) ଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ଭାରତ ୫୦ ଓଭରରେ ୯ ଉଇକେଟ୍ରେ ୨୫୪ ରନ କରିପାରିଥିଲା। ରୋହିତ୍ଙ୍କ ଏହା ୨୨ତମ ଦିନିକିଆ ଶତକ ଥିଲା। ଭେଟେରାନ ମହେନ୍ଦ୍ର ସିଂ ଧୋନୀ ୯୬ ବଲରୁ ୫୧ ରନର ଧିମା ଇନିଂସ ଖେଳିଥିଲେ। ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ଦିନିକିଆ ଜାନୁୟାରୀ ୧୫ରେ ଆଡିଲେଡ୍ରେ ଖେଳାଯିବ।

Related posts

ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍‌ ଧମାକା ସହ ୨୮୦ ରନ୍‌ରେ ହାରିଲା ବାଂଲାଦେଶ

Odisha Sports Bureau

ବୁମରାଙ୍କ ବୋଲିଂରେ ଧରାସାଇ ହେଲା ଇଂଲଣ୍ଡ ଦଳ

Odisha Sports Bureau

ଟେଷ୍ଟ ଟିମରେ ୩ଟି ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ଦିନେଶ କାର୍ତ୍ତିକ