Cricket

ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ

(ଓଡିଶା ସ୍ପୋର୍ଟ): ଶନିବାର ସ୍ଥାନୀୟ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଦିନିକିଆ ଆନ୍ତର୍ଜାତିକରେ ୩୪ ରନ୍ରେ ହାରିଗଲା ଟିମ୍ ଇଣ୍ଡିଆ । ବ୍ୟାଟ୍ସମ୍ୟାନ ରୋହିତ୍ ଶର୍ମାଙ୍କ ଶତକ ସତ୍ତ୍ୱେ ଭାରତୀୟ କ୍ରିକେଟ ଦଳ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ୍ ହରାଇ ୨୮୮ ରନ କରିଥିଲା। ଓପନର୍ ରୋହିତ୍ ଶର୍ମା ୧୨୯ ବଲରୁ ୧୩୩ ରନର (୧୦ ଚୌକା, ୬ ଛକା) ଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ଭାରତ ୫୦ ଓଭରରେ ୯ ଉଇକେଟ୍ରେ ୨୫୪ ରନ କରିପାରିଥିଲା। ରୋହିତ୍ଙ୍କ ଏହା ୨୨ତମ ଦିନିକିଆ ଶତକ ଥିଲା। ଭେଟେରାନ ମହେନ୍ଦ୍ର ସିଂ ଧୋନୀ ୯୬ ବଲରୁ ୫୧ ରନର ଧିମା ଇନିଂସ ଖେଳିଥିଲେ। ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ଦିନିକିଆ ଜାନୁୟାରୀ ୧୫ରେ ଆଡିଲେଡ୍ରେ ଖେଳାଯିବ।

Related posts

ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି…

Odisha Sports Bureau

ଟିମ ଇଣ୍ଡିଆର ପ୍ରାକ୍ଟିସ ଜର୍ସି ରଙ୍ଗକୁ ଦେଖି ରାଗିଲେ ମମତା ବାନାର୍ଜୀ

Odisha Sports Bureau

ହନୁମାନଙ୍କ ଭକ୍ତ ରିଙ୍କୁ ସିଂ: କହିଲେ କ୍ରିକେଟ କ୍ୟାରିୟରର କାହାଣୀ ।

Odisha Sports Bureau