Football

ଓଡ଼ିଶା ବାଳିକା ଦଳ ୨-୧ରେ ମଣିପୁରକୁ ହରାଇ ଫାଇନାଲରେ

(ଓଡିଶା ସ୍ପୋର୍ଟ): ପୁନେରେ ଚାଲିଥିବା ଖେଲୋ ଇଣ୍ତିଆ ଯୁବା କ୍ରୀଡ଼ା ପ୍ରତିଯୋଗିତାର ଫୁଟବଲରେ ଓଡ଼ିଶାର ୧୭ ବର୍ଷରୁ କମ ବାଳିକା ଦଳ ଫାଇନାଲରେ ପ୍ରବେଶ କରିଛି । ଆଜି ଖେଳାଯାଇଥିବା ସେମିଫାଇନାଲରେ ଓଡ଼ିଶା ୨-୧ରେ ମଣିପୁରକୁ ହରାଇ ବିଜୟୀ ଲାଭ କରିଛି । ଓଡ଼ିଶା ପାଇଁ ଦୀପା ନାୟକ ୩ ମିନିଟରେ ଏବଂ ସରିତା ସୋରେଙ୍ଗ ୮୮ମିନିଟରେ ଗୋଲ ଦେଇଥିଲେ । ଆସନ୍ତା ୧୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ସେମିଫାଇନାଲ ମ୍ୟାଚ ଜିତିବା ପରେ ଫାଇନାଲରେ ସ୍ୱର୍ଣ୍ଣ ପଦକ ହାସଲ କରିବାକୁ ନେଇ ଏକ ପ୍ରକାର ଆଶାବାଦୀ ଅଛନ୍ତି ।

Related posts

କମ୍ ପାରିଶ୍ରମିକ ବିରୁଦ୍ଧରେ ମହିଳା ଫୁଟବଲ୍ ଟିମ୍ ଗୋଲ୍ ସ୍କୋରକୁ ୨୦ ପ୍ରତିଶତ କମ୍ ଲେଖିଲେ

Odisha Sports Bureau

ଭାରତର ପ୍ରଥମ ବିଜୟ ,ଏକ୍ଟିଭ ଫୁଟବଲର ସୁନିଲ ଛେତ୍ରୀ

Odisha Sports Bureau

୨୮ ବର୍ଷୀୟ ଫୁଟବଲ ଖେଳାଳି ସାଲାଙ୍କ ଅକାଳ ମୃତ୍ୟୁ

Odisha Sports Bureau