Wrestling

ମହିଳା ପହିଲିବାନ୍ ବିନେଶ ଫୋଗାଟ ଇତିହାସ ରଚିଲେ

(ଓଡିଶା ସ୍ପୋର୍ଟ): ଭାରତର ୨୪ବର୍ଷ ବୟସ୍କା ମହିଳା ପହିଲିବାନ୍ ବିନେଶ ଫୋଗାଟ ଗୁରୁବାର ପ୍ରତିଷ୍ଠିତ ଲାରିୟସ୍ ଓ୍ବାଲ୍ଡ ସ୍ପୋର୍ଟସ୍ ଆଓ୍ବାର୍ଡ଼ ପାଇଁ ନାମାଙ୍କିତ ହୋଇଥିବା ପ୍ରଥମ ଭାରତୀୟ ମହିଳା ହେବାର ସୈାଭାଗ୍ୟ ଲାଭ କରିଛନ୍ତି। ବିନେଶଙ୍କୁ ମହାନ୍ ଗଲଫର୍ ଟାଇଗର ଉଡସଙ୍କ ‘ଓ୍ବାଲ୍ଡ କମ୍ ବ୍ୟାକ୍ ଅଫ୍ ଦ ଇୟର’ ତାଲିକାରେ ନାମାଙ୍କିତ କରାଯାଇଛି। ହରିୟାଣାର ଭିଓ୍ବାନି ବାସିନ୍ଦା ଫୋଗାଟଙ୍କୁ ୨୦୧୮ମସିହାରେ ଏସୀୟ ଖେଳ ଏବଂ ୨୧ତମ ରାଷ୍ଟ୍ରମଣ୍ଡଳ ଖେଳରେ ସ୍ବର୍ଣ୍ଣ ପଦକ ମିଳିଥିଲା। ସେ ୨୦୧୬ରେ ରିଓ ଅଲିମ୍ପିକର କ୍ବାର୍ଟର ଫାଇନାଲ୍ ଖେଳୁଥିବା ସମୟରେ ଆହତ ହୋଇଥିଲେ।

ବିନେଶ ଏହି ଆଓ୍ବାର୍ଡ଼ ପାଇଁ ମନୋନୀତ ହୋଇଥିବା ପ୍ରଥମ ଭାରତୀୟ ଆଥଲେଟ୍। ଏହା ପୂର୍ବରୁ ୨୦୦୪ରେ ଭାରତୀୟ କ୍ରିକେଟ ଟିମ୍ ପାକିସ୍ତାନ ସହ ଲାରିୟସ୍ ଓ୍ବାଲ୍ଡ ସ୍ପୋର୍ଟସ୍ ଫାର୍ ଗୁଡ୍ ଆଓ୍ବାର୍ଡ଼ ହାସଲ କରିଥିଲେ। ଦୁଇ ଦଳଙ୍କୁ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ରାଜନୈତିକ ହଲଚଲ୍ ସତ୍ତ୍ବେ ଆର୍ନ୍ତଜାତୀୟ ମ୍ୟାଚ୍ ଖେଳିବା ନିମନ୍ତେ ଆଓ୍ବାର୍ଡ଼ ଦିଆଯାଇଥିଲା।

Related posts

ଘରକୁ ଫେରିଲେ କୁସ୍ତିଯୋଦ୍ଧା

Odisha Sports Bureau

ଆଜିଠାରୁ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା ଆରମ୍ଭ

Odisha Sports Bureau

ରେସଲର ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

Odisha Sports Bureau