Hockey

ଭାରତୀୟ ମହିଳା ହକି ଟିମ୍ ଘୋଷଣା, ରାନୀ ରାମ୍ପାଲ୍ ଟିମ୍ ର ନେତୃତ୍ୱ ନେବେ

(ଓଡିଶା ସ୍ପୋର୍ଟ): ସ୍ପେନ୍ ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ମହିଳା ହକି ଟିମ୍ ଘୋଷଣା କରାଯାଇଛି। ଆସନ୍ତା୨୬ ତାରିଖରୁ ସ୍ପେନ୍ରେ ଆରମ୍ଭ ହେବ ଖେଳ । ଏଥିପାଇଁ ୨୪ ତାରିଖରେ ଟିମ୍ ସ୍ପେନ୍ ଗସ୍ତ କରିବ।

ଦଳ ସେଠାରେ ସ୍ପେନ୍ ସହିତ ୪ଟି ମ୍ୟାଚ୍ ଓ ଆୟାରଲ୍ୟାଣ୍ଡ ସହିତ ଦୁଇଟି ମ୍ୟାଚ୍ ଖେଳିବ। ରାନୀ ରାମ୍ପାଲ୍ ଟିମ୍ ନେତୃତ୍ୱ ନେବେ। ଗୋଲ୍କିପର ସବିତାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଟିମ୍ ରୀନା ଖୋଖର, ଦୀପ୍ ଗ୍ରେସ୍, ସଲିମା ଟେଟେ, ନିକ୍କି ପ୍ରଧାନ, ଗୁରଜିତ କୌର, ଶୁଶୀଲା ଚାନୁ ପୁଖରାମ୍ବା (ଡିଫେଣ୍ଡର୍ସ), ରଜନୀ ଇତିମାର୍ପୁ (ଗୋଲକିପର୍), ଲିଲିମା ମିଞ୍ଜ୍, କରିସ୍ମା ଯାଦବ, ସୋନିକା, ନେହା ଗୋୟଲ (ମିଡ୍ଫିଲ୍ଡରସ୍), ବନ୍ଦନ କଟାରିୟା, ନବନୀତ କୌର, ଲାଲ୍ରେସିଆମି, ଉଦିତା ଓ ନବଜୋତ କୌର (ଫରୱାର୍ଡସ୍) ସ୍ଥାନ ପାଇଛନ୍ତି।

ଏହି ଗସ୍ତ ପାଇଁ ସୁନୀତା ଲାକ୍ରା ଓ ନମିତା ଟୋପ୍ପୋଙ୍କ ଭଳି ଖେଳାଳିଙ୍କୁ ଟିମ୍ରେ ସାମିଲ କରାଯାଇନାହିଁ। ସେମାନଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ମୁଖ୍ୟ କୋଚ୍ କହିଛନ୍ତି।

Related posts

୭୪ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନଶିପ ଆରମ୍ଭ

Odisha Sports Bureau

ଆସନ୍ତା ବର୍ଷ ଜାନୁଆରୀ ମାସ ୧୫ ତାରିଖରେ ଆରମ୍ଭ ହେବ ହକି ବିଶ୍ୱକପ ୨୦୨୨

Odisha Sports Bureau

ଷ୍ଟାରଙ୍କୁ ପ୍ରଧାନ୍ୟ ରାଷ୍ଟ୍ରପତିଙ୍କୁ ଅଣଦେଖା …

Odisha Sports Bureau