Cricket

ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ, ଭାରତୀୟ ମହିଳା ଦଳ ୮ ଓ୍ଵିକେଟ୍ ରେ ପରାସ୍ତ

(ଓଡିଶା ସ୍ପୋର୍ଟ): ଭାରତୀୟ ପୁରୁଷ ଦଳ ଭଳି ମହିଳା ଦଳର ମଧ୍ୟ ସମାନ ପରିସ୍ଥିତି । ପୁରୁଷ ଦଳ ଭଳି ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଘରୋଇ ନ୍ୟୁଜିଲାଣ୍ଡ ଠାରୁ ହାରି ଯାଇଛି । ଆଜି ସେଡନ୍ ପାର୍କ ଗ୍ରାଉଣ୍ଡରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଭାରତୀୟ ମହିଳା ଦଳ ୮ ଓ୍ଵିକେଟ୍ରେ ପରାସ୍ତ ହୋଇଛି । ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବାରୁ ମିତାଲି ରାଜ୍ଙ୍କ ଟିମ୍ ୨-୧ରେ ସିରିଜ୍ ବିଜୟୀ ହୋଇଛି ।

ଆଜି ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତୀୟ ଦଳ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୪୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୫୨ ରନ୍ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ଦଳ ମାତ୍ର ୨ ଓ୍ଵିକେଟ୍ ବିନିମୟରେ ୨୯.୨ ଓଭର ଖେଳରେ ୧୫୩ ରନ୍ କରି ଜିତି ଯାଇଥିଲା । ବିଜୟୀ ଦଳର ଏମି ସେଟର୍ଥଓ୍ଵାଇଟ୍ ଅପରାଜିତ ୬୬ ଏବଂ ସୁଜି ବତସ୍ ୫୭ ରନ୍ କରିଥିଲେ । ଏହା ସହିତ ଭାରତ-ନ୍ୟୁଜିଲାଣ୍ଡ ମହିଳା ଦଳର ଦିନିକିଆ ସିରିଜ୍ ଶେଷ ହୋଇଛି । ତେବେ ପୁରୁଷ ଦଳର ଆଉ ଗୋଟିଏ ମ୍ୟାଚ୍ ବାକି ଅଛି ।

Related posts

ଭାରତୀୟ ଲେଗ୍-ସ୍ପିନର ପୀୟୂଷ ଚାୱଲା କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ଘୋଷଣା କରିଛନ୍ତି

Odisha Sports Bureau

IPL 2024, ହାଇଦ୍ରାବାଦ ପାଇଁ ବରଦାନ ସାଜିଲା ବର୍ଷା, ବିନା ଛକା ଚୌକ ଏବଂ ବିନା ମ୍ୟାଚରେ ପ୍ଲେ ଅଫ୍‌ରେ ପାଟ୍ କମିନ୍ସଙ୍କ ଟିମ

Odisha Sports Bureau

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ବିକ୍ତିବିଶେଷ ବା ଅନୁଷ୍ଠାନଙ୍କ ଠାରୁ ମନୋନୟନ ପତ୍ର ଆହ୍ୱାନ