Cricket

ସୁରକ୍ଷା ଦୃଷ୍ଟିକୋଣରୁ, ପ୍ରଥମ ଟି-୨୦ ମ୍ୟାଚ ବିଶାଖାପାଟଣା ଠାରେ ହେବ

(ଓଡିଶା ସ୍ପୋର୍ଟ): ପ୍ରଥମ ଟି-୨୦ ମ୍ୟାଚ ବେଙ୍ଗାଲୁର ବଦଳରେ ବିଶାଖାପାଟଣା ଠାରେ ହେବ ଏବଂ ୨୭ ତାରିଖରେ ବିଶାଖାପାଟଣାରେ ହେବାକୁ ଥିବା ଦ୍ୱିତୀୟ ଟି -୨୦ ମ୍ୟାଚ୍ ବେଙ୍ଗାଲୁରରେ ହେବ ବୋଲି ବୋଲି ସ୍ଥିର ହୋଇଛି। ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଥମ ମ୍ୟାଚ୍କୁ ଘୁଞ୍ଚାଇ ଦିଆଯାଇଛି। ବେଙ୍ଗାଲୁରରେ ଏହି ସମୟରେ ଆର୍ନ୍ତଜାତିକ ଏରୋ ଇଣ୍ଡିଆ ସୋ ଅନୁଷ୍ଠିତ ହେବ ଓ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ଭିଆଇପି ଯୋଗ ଦେଉଥିବାରୁ ବେଙ୍ଗାଲୁର ପୁଲିସ କମିସନର ଖେଳାଳିମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ନେଇ ଅସୁବିଧିା ଥିବା ଦର୍ଶାଇବାରୁ ଏହି ପରିବର୍ତ୍ତନ କରାଯାଇଛି। କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍ ଏହି ଟି-ଟେ୍ଵଣ୍ଟି ମ୍ୟାଚ୍ ଆନ୍ଧ୍ର କିକେଟ ଆସୋସିଏସନ ସହିତ ସ୍ଵାପିଂ କରିବାକୁ ଚାହିଁବାରୁ ଓ ଉଭୟ କ୍ରିକେଟ ଆସୋସିଏସନ୍ ଏଥିରେ ସହମତି ପ୍ରକାଶ କରିବାରୁ ଶେଷରେ ବିସିସିଆଇ ଏହି ଅନୁମତି ଦେଇଛି।

Related posts

ବିଶ୍ୱକପ୍ ୨୦୨୩ : ମୁମ୍ବାଇରେ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ଟକ୍କର

Odisha Sports Bureau

ପାକିସ୍ତାନର ୩ ଖେଳାଳିଙ୍କଠାରୁ ଟିମ୍ ଇଣ୍ଡିଆକୁ ରହିବାକୁ ପଡିବ ସତର୍କ; ମ୍ୟାଚର ଗତି ବଦଳାଇ ପାରିନ୍ତି ଏହି ୩ ଖେଳାଳି ।

Odisha Sports Bureau

ଆଜିଠୁ ଆଇପିଏଲ ୧୬ତମ ସଂସ୍କରଣ, ୧୦ଟି ଟିମ ଭିତରେ ଲାଗିବ ଟକ୍କର

Odisha Sports Bureau