Cricket

ଆଇସିସିର ବୈଠକରେ ଭାରତ-ପାକ ମ୍ୟାଚ ଉପରେ ଆଲୋଚନା

(ଓଡିଶା ସ୍ପୋର୍ଟ): ୨୭ ଫେବ୍ରୁଆରୀରେ ଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁଲୱାମା ଆକ୍ରମଣ ପରେ କ୍ରିକେଟ ବିଶ୍ୱ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ନହେବାକୁ ବିଭିନ୍ନ ସଂଗଠନ ଏବଂ ଖେଳାଳି ଦାବି କରିଥିଲେ । ମ୍ୟାଞ୍ଚେଷ୍ଟର ମୁକାବିଲାରେ ଦୁଇ ଟିମ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ଆଇସିସିର ଦୁବାଇ ବୈଠକରେ ଚର୍ଚ୍ଚା ହୋଇପାରେ ।

ଆଇସିସିର ବୈଠକରେ ବିଶ୍ୱ କପ ସହ ଅନ୍ତଜାର୍ତୀୟ କ୍ରିକେଟ ସହ ଜଡିତ ଅନେକ ମୁଦ୍ଦା ଉପେରେ ଚର୍ଚ୍ଚା ହୋଇପାରେ । ଅନ୍ୟପଟେ ବିସିସିଆଇର ଗୋଟିଏ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସରକାରଙ୍କ ନିର୍ଦ୍ଦେଶ ପରେ ହିଁ ଏହି ମାମଲାରେ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଯେ ଭାରତୀୟ ବୋଲର ହରଭଜନ ସିଂହ କହିଥିଲେ ଯେ ଭାରତକୁ ପାକିସ୍ତାନ ସହ ମ୍ୟାଚ ନଖେଳବା ଦରକାର । ପାକିସ୍ତାନ ମଧ୍ୟ ମଙ୍ଗଳବାର ନିଜର ଖେଳାଳିମାନଙ୍କୁ ଭାରତ ପଠାଇବାକୁ ମନା କରିଦେଇଥିଲା । ଅନ୍ୟପଟେ ବିସିସିଆଇ ସୂଚନା ଦେଇଛି ଯେ ମ୍ୟାଚ ନଖେଳିବାକୁ ଯଦି ସରକାର ନିର୍ଦ୍ଦେଶ ଦିଅନ୍ତି ତେବେ ଆମେ ୱାଲର୍ଡ କପରେ ଖେଳିବୁନି ।

Related posts

ପ୍ରଥମ କ୍ୱାଲିଫାୟରରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଓ ୪ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ସାମ୍ନାସାମ୍ନି ହେବେ

ନୂଆ ଯୁଗର ଷ୍ଟମ୍ପ କ୍ରିକେଟରେ ପ୍ରବେଶ; ଅଷ୍ଟ୍ରେଲିଆର ଟି -୨୦ ଲିଗ୍ ‘ବିଗ୍ ବାସ୍ ଲିଗ୍’ରେ ଦେଖିବାକୁ ମିଳିଛି ଏହି ନୂତନ ଷ୍ଟମ୍ପ

Odisha Sports Bureau

ଆଜି ଗୁଜରାଟ ଟାଇଟନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ