Cricket

ମହିଳା ଟ୍ବେଣ୍ଟି-୨୦, ଓଡ଼ିଶାର ଚତୁର୍ଥ ବିଜୟ

(ଓଡିଶା ସ୍ପୋର୍ଟ): ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ଲିଗରେ ଓଡ଼ିଶା ଚତୁର୍ଥ ବିଜୟ ହାସଲ କରିଛି। ମଙ୍ଗଳବାର ରାଜସ୍ଥାନକୁ ୨୮ ରନରେ ପରାସ୍ତ କରି ପଞ୍ଚମ ମ୍ୟାଚରୁ ଚତୁର୍ଥ ବିଜୟ ସହ ୮ ଦଳୀୟ ଗ୍ରୁପ୍‌-ଇ’ରେ ଦ୍ବିତୀୟ ସ୍ଥାନରେ ରହିଛି। ଗୋଟିଏ ମ୍ୟାଚ ହାରିଥିବା ଓଡ଼ିଶାର ପଏଣ୍ଟ ସଂଖ୍ୟା ୧୬ ହୋଇଛି। ଏହି ଗ୍ରୁପ୍‌ରେ ମଧ୍ୟ ପ୍ରଦେଶ ଏପର୍ୟ୍ୟନ୍ତ ଖେଳିଥିବା ୫ ମ୍ୟାଚରେ ଅପରାଜେୟ ରହି ୨୦ ପଏଣ୍ଟ ସହ ଶୀର୍ଷରେ ରହିଛି। ଓଡ଼ିଶା କେବଳ ମଧ୍ୟପ୍ରଦେଶ ନିକଟରୁ ହିଁ ହାରିଛି।ମଙ୍ଗଳବାର ମ୍ୟାଚ୍‌ରେ ଟସ୍‌ ହାରି ଓଡ଼ିଶା ପ୍ରଥମେ ବ୍ୟାଟିଂ ପାଇଥିଲା। ତେବେ ପ୍ରାରମ୍ଭିକ ବ୍ୟାଟର୍‌ ମାଧୁରୀ ମେହେଟ୍ଟା (୬୯ ରନ୍‌, ୫୫ ବଲ୍‌)ଙ୍କ ଦ୍ରୁତ ଅର୍ଧଶତକ ସାଙ୍ଗକୁ ମଧୁସ୍ମିତା ବେହେରା (୧୬) ଓ ସରିତା ମେହେର (୨୨)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ବଳରେ ଓଡ଼ିଶା ୩ ୱିକେଟ୍‌ ବିନିମୟରେ ୧୨୩ ରନ୍‌ କରିଥିଲା। ୧୨୩ରନକୁ ପିଛା କରି ରାଜସ୍ଥାନ ୨୮ ରନ୍‌ରେ ପରାଜୟ ହୋଇଥିଲା ।

Related posts

IPL ୨୦୨୬ ପୂର୍ବରୁ KKR କୁ ଆହତ ଝଟକା, ଦଳରେ ଯୋଗ ଦେଲେ ବ୍ଲେସିଂ ମୁଜାରବାନି

Odisha Sports Bureau

ଟିମ୍ ଇଣ୍ଡିଆ ପାଇଁ 2025 କିପରି ବିତିଲା?

Odisha Sports Bureau

ପୁଣିଥରେ ଅନ୍ତର୍ଜାତିୟ ସ୍ତରରେ ଅପମାନ ମୁଣ୍ଡାଇଲା ପାକ୍ ।