Shooting

ଶୁଟିଂ ୱାର୍ଲ୍ଡ କପ୍ ,ନିଜ ସୁଟରଙ୍କୁ ଫେରିବାକୁ କହିଲା ବାୟୁସେନା

(ଓଡିଶା ସ୍ପୋର୍ଟ): ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଇଣ୍ଡିଆନ୍ ଏୟାର ଫୋର୍ସ (ଆଇଏଏଫ୍) ଦିଲ୍ଲୀରେ ଚାଲିଥିବା ଆଇଏସ୍ଏସ୍ଏଫ୍ ୱାର୍ଲ୍ଡକପରେ ଭାରତୀୟ ଟିମରେ ସାମିଲ ତା’ର ଶୁଟରଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛି । ରାଇଫଲ ସୁଟର ରବି କୁମାର ଏବଂ ଦୀପକ କୁମାରଙ୍କୁ ଅପରାହ୍ନ ସୁଦ୍ଧା ରିପୋର୍ଟ କରିବାକୁ କୁହାଯାଇଛି ।

ଦେଶର ରାଜଧାନୀସ୍ଥିତ କର୍ଣ୍ଣି ସିଂହ ଶୁଟିଂରେ ରେଞ୍ଜରେ ରବି କୁମାର କହିଛନ୍ତି, ମୋତେ ମୋ ଚିଫ୍ (ମୁଖ୍ୟ) ଅପରାହ୍ଣ ସୁଦ୍ଧା ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ମୋତେ ଯାହା କହିବେ ମୁଁ କରିବି।

୨୯ ବର୍ଷୀୟ ରବି ଆହୁରି କହିଛନ୍ତି, ଆଇଏଏଫର ମୋ ସବୁ ସାଥୀ ପୂର୍ବରୁ ହିଁ ଡ୍ୟୁଟିରେ ଅଛନ୍ତି । ଏୟାରଫୋର୍ସ ବର୍ତ୍ତମାନ ସମ୍ପୂର୍ଣ୍ଣ ଆଲର୍ଟ ଅଛି । ଆମକୁ କେବଳ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରୋଟୋକଲ ଅନୁଯାୟୀ ଏଭଳି ସ୍ଥିତିରେ ଆମେ ଡ୍ୟୁଟିରେ ନଥିଲେ ବି ଫୋନ୍ କଲ୍ କରିବାକୁ ପଡ଼ିଥାଏ ବୋଲି ରବି କୁମାର କହିଛନ୍ତି । ରବି ଓ ଦୀପକ ଏୟାର ଫୋର୍ସର ଗ୍ରାଉଣ୍ଡ ଷ୍ଟାଫ ଅଛନ୍ତି ।

Related posts

ଏୟାର ରାଇଫଲ ଚାମ୍ପିଆନସିପରେ ଏଲେଭେନିଲଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ରୁଓଝୁ ଝାଓ ଙ୍କୁ ପଛରେ ପକାଇ ଶ୍ରୀୟା ଙ୍କବିଶ୍ୱ ରେକର୍ଡ

ହୀନା ସିଦ୍ଧୁ ଓ ଅଙ୍କୁର ମିତ୍ତଲଙ୍କୁ ଖେଳରତ୍ନ ପାଇଁ ସୁପାରିଶ

Odisha Sports Bureau

Leave a Comment