Shooting

ଶୁଟିଂ ୱାର୍ଲ୍ଡ କପ୍ ,ନିଜ ସୁଟରଙ୍କୁ ଫେରିବାକୁ କହିଲା ବାୟୁସେନା

(ଓଡିଶା ସ୍ପୋର୍ଟ): ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଇଣ୍ଡିଆନ୍ ଏୟାର ଫୋର୍ସ (ଆଇଏଏଫ୍) ଦିଲ୍ଲୀରେ ଚାଲିଥିବା ଆଇଏସ୍ଏସ୍ଏଫ୍ ୱାର୍ଲ୍ଡକପରେ ଭାରତୀୟ ଟିମରେ ସାମିଲ ତା’ର ଶୁଟରଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛି । ରାଇଫଲ ସୁଟର ରବି କୁମାର ଏବଂ ଦୀପକ କୁମାରଙ୍କୁ ଅପରାହ୍ନ ସୁଦ୍ଧା ରିପୋର୍ଟ କରିବାକୁ କୁହାଯାଇଛି ।

ଦେଶର ରାଜଧାନୀସ୍ଥିତ କର୍ଣ୍ଣି ସିଂହ ଶୁଟିଂରେ ରେଞ୍ଜରେ ରବି କୁମାର କହିଛନ୍ତି, ମୋତେ ମୋ ଚିଫ୍ (ମୁଖ୍ୟ) ଅପରାହ୍ଣ ସୁଦ୍ଧା ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ମୋତେ ଯାହା କହିବେ ମୁଁ କରିବି।

୨୯ ବର୍ଷୀୟ ରବି ଆହୁରି କହିଛନ୍ତି, ଆଇଏଏଫର ମୋ ସବୁ ସାଥୀ ପୂର୍ବରୁ ହିଁ ଡ୍ୟୁଟିରେ ଅଛନ୍ତି । ଏୟାରଫୋର୍ସ ବର୍ତ୍ତମାନ ସମ୍ପୂର୍ଣ୍ଣ ଆଲର୍ଟ ଅଛି । ଆମକୁ କେବଳ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରୋଟୋକଲ ଅନୁଯାୟୀ ଏଭଳି ସ୍ଥିତିରେ ଆମେ ଡ୍ୟୁଟିରେ ନଥିଲେ ବି ଫୋନ୍ କଲ୍ କରିବାକୁ ପଡ଼ିଥାଏ ବୋଲି ରବି କୁମାର କହିଛନ୍ତି । ରବି ଓ ଦୀପକ ଏୟାର ଫୋର୍ସର ଗ୍ରାଉଣ୍ଡ ଷ୍ଟାଫ ଅଛନ୍ତି ।

Related posts

୧୦ ମିଟର ଏୟାର ରାଇଫଲ ମିଶ୍ରିତରେ ଅପୂର୍ବି ଏବଂ ଦିପକଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ଇତିହାସ ସୃଷ୍ଟି କଲେ ସୌରଭ

Odisha Sports Bureau

ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ମନୁ–ସୌରଭଙ୍କ ବିଶ୍ୱ ରେକର୍ଡ

Odisha Sports Bureau