Hockey

ଜାତୀୟ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶା ଟାଇଟଲ ବିଜୟୀ

(ଓଡିଶା ସ୍ପୋର୍ଟ,କଟକ): ମହାରଷ୍ଟ୍ରର ଔରଙ୍ଗାବାଦଠାରେ ଅନୁଷ୍ଟିତ ୯ମ ଜାତୀୟ ଜୁନିୟର ବାଳକ ହକି ଚାମ୍ପିୟନଶିପ(ଡିଭିଜନ-ଏ)ରେ ଓଡିଶା ଟାଇଟଲ ହାସଲ କରିଛି । ଗୁରୁବାର ରୋମାଞ୍ଚକ ଫାଇନାଲ ମୁକାବିଲାରେ ଉତ୍ତରପ୍ରଦେଶକୁ ପରାସ୍ତ କରି ଓଡିଶା ଏହି ସଫଳତା ପାଇଛି । ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ବାର୍ଟରର ଅନ୍ତିମ ମିନିଟରେ ସୁଶାନ୍ତ ଟପ୍ପୋ ଓଡ଼ିଶା ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ୩ୟ କ୍ବାର୍ଟର ମଧ୍ୟ ଗୋଲ ଶୂନ୍ୟ ରହିଥିଲା। ନିର୍ଣ୍ଣାୟକ ତଥା ୪ର୍ଥ କ୍ବାର୍ଟରରେ ଉତ୍ତରପ୍ରଦେଶ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଶିବମ ଆନନ୍ଦ ଫିଲ୍ଡ ଗୋଲ ମାଧ୍ୟମରେ ଏକ ଗୋଲ ସ୍କୋର କରି ମ୍ୟାଚ୍‌କୁ ସମାନ ସ୍ଥିତିରେ ପହଞ୍ଚାଇଥିଲେ। ପରେ କୌଣସି ଗୋଲ ନ ହେବା ଯୋଗୁ ପେନାଲ୍ଟି ସୁଟଆଉଟର ସହାୟତା ନିଆଯାଇଥିଲା। ଏଥିରେ ଓଡ଼ିଶା ୪ଟି ଗୋଲ ସ୍କୋର କରିଥିବା ବେଳେ ଉତ୍ତରପ୍ରଦେଶ ପକ୍ଷରୁ ୩ଟି ଗୋଲ ହୋଇଥିଲା। ପେନାଲ୍ଟି ସୁଟଆଉଟରେ ଓଡ଼ିଶା ପକ୍ଷରୁ ପ୍ରକାଶ ଧୀର, ସୁଶୀଲ ଧନୱାର, ଲବନ ଲାଗୁନ ଓ ଅଧିନାୟକ କ୍ରୀଷ୍ଣା ତିର୍କୀ ଗୋଲ ଦେଇଥିଲେ। ଓଡ଼ିଶା କୋଚ୍‌ ପ୍ରଣବ ପଟ୍ଟନାୟକ ବିଜୟର ଶ୍ରେୟ ସମସ୍ତ ଖେଳାଳିଙ୍କୁ ଦେଇଥିବା ବେଳେ ହକି ଓଡ଼ିଶା ସଭାପତି ଜଷ୍ଟିସ ଏ.ଏସ. ନାଇଡୁ, ସମ୍ପାଦକ ପ୍ରତାପ ଶତପଥୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

Related posts

ପୁରୁଷ ହକି ବିଶ୍ୱକପ୍ ପାଇଁ ଆଜି ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତୀୟ ପୁରୁଷ ହକି ଟିମର ବିଜୟ

Odisha Sports Bureau

ଆସନ୍ତାକାଲିଆଜଲାନଶାହାକପହକିଟୁର୍ଣ୍ଣାମେଣ୍ଟଫାଇନାଲ

Odisha Sports Bureau