Cricket

ଭାରତର ବିଶାଳ ସ୍କୋର,ସିରିଜ ବରାବର ଲକ୍ଷ୍ୟରେ ଅଷ୍ଟ୍ରେଲିଆ

(ଓଡିଶା ସ୍ପୋର୍ଟ): ଆଜି ମୋହାଲିରେ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଚତୁର୍ଥ ମୁକାବିଲାରେ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତର ଦୁଇ ଓପ୍ନର ରୋହିତ ଓ ଧାବନଙ୍କ ଜୋରଦାର ବ୍ୟାଟିଂ ଜରିଆରେ ଭାରତ ୯ ଓ୍ଵିକେଟ ହରାଇ କରିଛି ୩୫୮ ରନ । ଅଷ୍ଟ୍ରେଲିଆ ପକ୍ଷରୁ ପେସ୍ ବୋଲର୍ ପ୍ୟାଟ୍ କମିନ୍ସ ୫ଟି ଏବଂ ରିଚାର୍ଡ଼ସ୍ ୩ଟି ଓ୍ଵିକେଟ୍ ନେଇଛନ୍ତି । ଦ୍ରୁତ ରନ୍ ସଂଗ୍ରହ କରିବାକୁ ଯାଇ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶେଷ ଭାଗରେ ଅଳ୍ପ ରନ୍ରେ ଓ୍ଵିକେଟ୍ ସବୁ ହରାଇଥିଲେ ।

ରୋହିତ ୯୨ ବଲ୍ରେ ୯୫ ରନ୍ (୭ ଚୌକା, ୨ ଛକା) କରି ଶତକର ନିକଟତର ହେବା ପରେ ରାଚାର୍ଡ଼ସନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟପକ୍ଷରେ ଧବନ୍ ଶତକ କରି ମଧ୍ୟ ଅଟକି ଯାଇ ନଥିଲେ । ଆହୁରି ଜୋରରେ ଆକ୍ରମଣ କରିଥିଲେ । ସେ ୧୧୫ ବଲ୍ରେ ୧୪୩ ରନ୍ କରି କମିନସଙ୍କ ବଲ୍ରେ ବୋଲ୍ଡ ହୋଇ ଯାଇଥିଲେ । ଧବନ୍ ୧୮ଟି ଚୌକା ଓ ୩ଟି ଛକା ମାରିଥିଲେ ।

ଓପ୍ନରଙ୍କ ପରେ ଲୋକେଶ ରାହୁଲ ୨୬, କୋହଲି ମାତ୍ର ୭, ପନ୍ତ ୨୪ ବଲ୍ରୁ ଦ୍ରୁତ ୩୬ (୪ ଚୌକା, ୧ ଛକା), ବିଜୟ ଶଙ୍କର ୨୬ ରନ୍ କରିଥିଲେ ।
ଏହି ମ୍ୟାଚ୍ ପାଇଁ ଭାରତ ୪ଟି ପରିବର୍ତ୍ତନ କରିଛି । ଲୋକେଶ ରାହୁଲ ଆସିଛନ୍ତି ଅମ୍ବାତି ରାୟୁଡୁଙ୍କ ଜାଗାରେ । ସେହିପରି ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଯୁଜବେନ୍ଦ୍ର ଚହଲ, ସାମିଙ୍କ ଜାଗାରେ ଭୁବନେଶ୍ୱର କୁମାର ଏବଂ ଧୋନିଙ୍କ ବଦଳରେ ୠଷଭ ପନ୍ତ ଖେଳୁଛନ୍ତି । ଦିନିକିଆରେ ଓପନିଂ ଯୋଡ଼ି ଭାବେ ଶିଖର ଧବନ୍ ଓ ରୋହିତ ଶର୍ମା ରନ୍ ସଂଗ୍ରହରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ।

Related posts

ରେକର୍ଡ଼ କଲେ ବିରାଟ

Odisha Sports Bureau

୧୨୯୦ କୋଟି ଟଙ୍କାରେ ମହିଳା ଆଇପିଏଲ ଟିମ କିଣିଲେ ଗୌତମ୍ ଅଦାନୀ

Odisha Sports Bureau

୨୦୨୩ ଆଇପିଏଲରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି ସାମ୍‌ କରନ୍‌

Odisha Sports Bureau