Tennis

୮୪ତମ ସ୍ଥାନରେ ଟେନିସ୍ ତାରକା ପ୍ରଜନେଶ ଗୁଣେଶ୍ୱରନ୍

 

(ଓଡିଶା ସ୍ପୋର୍ଟ଼):୮୪ତମ ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ଟେନିସ୍ ତାରକା ପ୍ରଜନେଶ ଗୁଣେଶ୍ୱରନ୍ । ତେବେ ଦେଶର ଅନ୍ୟତମ ତାରକା ୟୁକି ଭାମ୍ବ୍ରି ଶୀର୍ଷ-୨୦୦ରୁ ବାଦ୍ ପଡ଼ିଛନ୍ତି। ଗୁଣେଶ୍ୱରନ୍ ବିଶ୍ୱର ୧୮ ନମ୍ବର ଖେଳାଳି ନିକୋଲୋଜ୍ ବାସିଲାଶଭିଲିଙ୍କୁ ହରାଇ ଏଟିପି ମାଷ୍ଟର୍ସ ସିରିଜ ଇଭେଣ୍ଟର ତୃତୀୟ ରାଉଣ୍ଡରେ ପ୍ରବେଶ କରି ୬୧ ପଏଣ୍ଟ ହାସଲ କରିଥିଲେ। ଏହି ସଫଳତା କାରଣରୁ ସେ ଏକାଥରକେ ୧୩ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ରାଙ୍କିଙ୍ଗରେ ପହଞ୍ଚିଛନ୍ତି।

ଭାରତର ରାମକୁମାର ରାମନାଥନ ୧୩୯ତମ ସ୍ଥାନରେ ରହିଛନ୍ତି। ଆହତ ଯୋଗୁ ଟେନିସ୍ କୋର୍ଟରୁ ଦୂରରେ ଥିବା ୟୁକି ୩୬ଟି ସ୍ଥାନ ଖସି ୨୦୭ରେ ପହଞ୍ଚିଛନ୍ତି। ସାକେତ ମିନେନୀ ୨୫୧ତମ ଏବଂ ଶଶୀକୁମାର ମୁକୁନ୍ଦ ୨୬୮ତମ ସ୍ଥାନରେ ରହିଛନ୍ତି। ଡବଲ୍ସରେ ଜୀବନ ନେଦୁନଚେଝିୟାନ୍ କ୍ୟାରିୟରର ଶ୍ରେଷ୍ଠ ୬୪ତମ ସ୍ଥାନରେ ପହଞ୍ଚିଥିବା ବେଳେ ରୋହନ ବୋପନ୍ନା ୩୬ତମ ଓ ଦିବିଜ ଶରନ୍ ୪୧ତମ ସ୍ଥାନରେ ରହିଛନ୍ତି। ଡବ୍ଲ୍ୟୁଟିଏ ରାଙ୍କିଙ୍ଗରେ ଅଙ୍କିତା ରାଇନା ଭାରତର ଶୀର୍ଷ ଖେଳାଳି ଭାବେ ୧୬୮ତମ ସ୍ଥାନରେ ରହିଛନ୍ତି।

Related posts

ଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକ

Odisha Sports Bureau

ଫ୍ରେଞ୍ଚ ଓପନ୍: ସେମିଫାଇନାଲରେ ପହଞ୍ଚିଚିବାରେ ନାଦିଆ ପ୍ରଥମ ମହିଳା

Odisha Sports Bureau

ସରିଲା ସାନିଆ ମିର୍ଜାଙ୍କ ଟେନିସ କ୍ୟାରିୟର

Odisha Sports Bureau