Badminton

ଅସୁସ୍ଥତା କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରିଲେ ସାଇନା

(ଓଡିଶା ସ୍ପୋର୍ଟ): ସାଇନା ନେହ୍ୱାଲ ପେଟଜନିତ ସମସ୍ୟା କାରଣରୁ ଇଣ୍ଡିଆ ଓପନ୍ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର ସୁପର-୫୦୦ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛନ୍ତି। ସାଇନା ପେଟରେ ଯନ୍ତ୍ରଣା ସତ୍ତ୍ବେ ମଧ୍ୟ ଅଲ ଇଂଲଣ୍ଡ ଚାମ୍ପିଅନଶିପ୍ ଖେଳିଥିଲେ। ଏହି କାରଣରୁ ସେ ଗତ ସପ୍ତାହରେ ସ୍ୱିସ ଓପନରୁ ବାଦ୍ ପଡ଼ିଥିଲେ ଏବଂ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଇଣ୍ଡିଆ ଓପନରୁ ଓହରିବା ନେଇ ସାଇନା ବୁଧବାର ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ (ବିଏଆଇ)କୁ ସୂଚନା ଦେଇଥିଲେ। ଏ ନେଇ ବିଏଆଇ ଅଧିକାରୀ କହିଛନ୍ତି, ଅଲ ଇଂଲଣ୍ଡ ଚାମ୍ପିଅନଶିପ ପରଠାରୁ ସାଇନା ସୁସ୍ଥ ହୋଇପାରି ନାହାନ୍ତି ଏବଂ ଏହି କାରଣରୁ ସେ ଇଣ୍ଡିଆ ଓପନରୁ ଓହିବାକୁ ନିଷ୍ପତ୍ତି ନେଇଛନ୍ତି।

Related posts

ବାୟୋପିକ ଦୌଡ଼ରେ ସିନ୍ଧୁ

Odisha Sports Bureau

ରାଜ୍ୟ ସ୍ତରୀୟ Under 19 ବ୍ୟାଟମିଣ୍ଟନ  ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Odisha Sports Bureau

ଚୀନ ଓପନରୁ ବାହାର ହେଲେ ସାଇ ପ୍ରଣୀତ

Odisha Sports Bureau